Latest Odisha News

BREAKING NEWS

ଏମିତି କରି ମହାମାରୀକୁ ମାତ ଦେଲେ ଉପରାଷ୍ଟ୍ରପତି, ସେୟାର କଲେ ସିକ୍ରେଟ୍

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ । ୭୧ ବର୍ଷ ବୟସରେ ଡାଏବେଟିସ୍ ଓ ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବି କରୋନା ସହ ଲଢ଼େଇରେ ସେ ବିଜୟୀ ହୋଇଛନ୍ତି । କେମିତି ମହାମାରୀକୁ ମାତ ଦେଲେ ତାର ସିକ୍ରେଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଉପରାଷ୍ଟ୍ରପତି ।

ଦେଶୀ ଖାଇବା ଓ ନିୟମିତ ଯୋଗ, ବ୍ୟାୟାମ ଦ୍ୱାରା ସେ କରୋନା ଲଢ଼େଇ ଜିତିଛନ୍ତି । ଫେସବୁକରେ ଏକଥା ଲେଖି ପୋଷ୍ଟ ସେୟାର କରିଛନ୍ତି ଭେଙ୍କେୟା ନାଇଡୁ । ସେ ଲେଖିଛନ୍ତି, ଆଇସୋଲେସନ ପିରିୟଡରେ ନିଜକୁ ପଜିଟିଭ୍ ଓ ଫିଟ୍ ରଖିବା ପାଇଁ ଦେଶୀ ଖାଇବା ଖାଉଥିଲେ ।

ଉପରାଷ୍ଟ୍ରପତି କହିଛନ୍ତି, ପ୍ରଥମରୁ ତାଙ୍କର ବିଶ୍ୱାସ ଥିଲା ବୟସାଧିକ ଓ ଡାଏବେଟିସ୍ ଥିଲେ ବି ନିୟମିତ ଶାରିରୀକ ବ୍ୟାୟାମ, ଯୋଗ କରିବା ସହ ଦେଶୀ ଖାଇବା ଦ୍ୱାରା ସେ କରୋନାରୁ ଆରୋଗ୍ୟ ଲାଭ କରିବେ । ଆଇସୋଲେସନରେ ଏସବୁ କାମ କରୁଥିଲେ । ମାନସିକ ଚାପମୁକ୍ତ ରହିବାକୁ ଖବରକାଗଜ, ମାଗାଜିନ୍ ସବୁ ପଢୁଥିଲେ ।

ଗତ ସେପ୍ଟେମ୍ବର ୨୯ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ ଭେଙ୍କେୟା ନାଇଡୁ । ଆଇସୋଲେସନରେ ରହିବା ପରେ ଗତ ୧୨ ତାରିଖରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା ।

Leave A Reply

Your email address will not be published.