Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ବନଅଧିକାରୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେଞ୍ଜ ଅଧିନରେ କାର୍ଯ୍ୟରତ ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଗୁରୁବାର ଦିନ ତାଙ୍କ ଘରେ ଚଢାଉ କରିଛି ।

ଏପରିକି ଭିଜିଲାନ୍ସ ଟିମ୍ ତାଙ୍କ ବାଲିଗୁଡା ଘର ସମେତ ଅନ୍ୟ ସ୍ଥାନରେ ମଧ୍ୟ ଚଢାଉ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ପାଖାପାଖି ଅନେକ ସ୍ଥାନରେ ଚଢାଉ କରିଛନ୍ତି । ଏପରିକି ସମ୍ପୃକ୍ତ ଫରେଷ୍ଟରଙ୍କ ବାଲିଗୁଡାସ୍ଥିତ ବାସଭବନ ସହ ପୁରୀ, ଭୁବନେଶ୍ବର ଘରେ ମଧ୍ୟ ଏକକାଳୀନ ଚଢାଉ କରିଛନ୍ତି ।

ତେବେ ଭିଜିଲାନ୍ସ ଟିମ୍ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ସବୁକୁ ତନତନ କରି ଯାଞ୍ଚ କରୁଥିବା ବେଳେ ଶେଷ ରିପୋର୍ଟ ଲେଖାଯିବା ବେଳକୁ ଏହି ଚଢାଉ କାର୍ଯ୍ୟ ଜାରି ରହିଛି ।

Leave A Reply

Your email address will not be published.