Latest Odisha News

BREAKING NEWS

ଦର୍ଶକଙ୍କ ପସନ୍ଦ ହିନ୍ଦୀ ଫିଚର ଫିଲ୍ମ ‘ଜୋସେଫ’

ମୁମ୍ବାଇ: ହିନ୍ଦୀ ଫିଚର ଫିଲ୍ମ ଜୋସେଫ୍ ମୁକ୍ତିଲାଭ କରିଛି । ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ଦ୍ଦେଶକ ସୁଶାନ୍ତ ମିଶ୍ରଙ୍କ ଫିଲ୍ମ ଜୋସେଫ୍- ବର୍ଣ୍ଣ ଇନ୍ ଗ୍ରେସ୍ ସାରା ଦେଶରେ ରିଲିଜ୍ ହୋଇଛି ।

ଏହି ଫିଲ୍ମରେ ଅଭିନେତା ଭେକ୍ଟର ବାନାର୍ଜୀ ଓ ସୁବ୍ରତ ଦତ୍ତ ଅଭିନୟ କରିଥିବା ବେଳେ ପ୍ରଯୋଜକ ଅଶୋକ ମହାପାତ୍ର ଚଳଚ୍ଚିତ୍ରଟିକୁ ତାଙ୍କ ଦିବଙ୍ଗତ ପିତା ଉମାକାନ୍ତ ମହାପାତ୍ରଙ୍କୁ ଉତ୍ସର୍ଗ କରିଛନ୍ତି । ଏହି ଚଳଚ୍ଚିତ୍ରରେ କ୍ଷୁଦ୍ର ଓଡ଼ିଆ କାହାଣୀକୁ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଛି ।

ଭୁବନେଶ୍ୱରର ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶିତ ସାଡୋ ଅଫ୍ ଦି ରେନବୋ ଜାତୀୟ ପୁରସ୍କାର ପାଇଥିଲା । ଏକମାତ୍ର ଭାରତୀୟ ଚଳଚ୍ଚିତ୍ର ଭାବେ କାନେସ୍ ଫିଲ୍ମ ଫେଷ୍ଟିଭାଲରେ ସେହି ବର୍ଷ ସ୍ଥାନ ପାଇଥିଲା । ୧୯୯୯ରେ ନନ୍ଦିତା ଦାସ ଅଭିନୀତ ତାଙ୍କ ଦ୍ୱିତୀୟ ଫିଚର ଫିଲ୍ମ ଏବଂ କିର୍ତ୍ତୀ କୁଲହାରୀ ଅଭିନୀତ ତୃତୀୟ ଫିଲ୍ମ ଏନଡିଏଫସି ଦ୍ୱାରା ନିର୍ମାଣ ହୋଇଥିଲା । ଦୁଇଟି ଯାକ ଚଳଚ୍ଚିତ୍ର ଦୁନିଆର ଅନେକ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା ।

ଏବେ ପ୍ରାୟ ୧୬ ବର୍ଷ ପରେ ସୁଶାନ୍ତ ମିଶ୍ରଙ୍କ ଚତୁର୍ଥ ଫିଚର ଫିଲ୍ମ ଜୋସେଫ- ବର୍ଣ୍ଣ ଅନ୍ ଦି ଗ୍ରେସ୍ ରିଲିଜ୍ ହୋଇଛି । ଯାହାକୁ ଖୁବ୍ ପସନ୍ଦ କରୁଛନ୍ତି ଦର୍ଶକ । ଫିଲ୍ମଟି ୟୁରୋପ, ଆମେରିକା, କାନାଡ଼ା, ମାଦ୍ରିଦ୍, ବୋଷ୍ଟନ, ଶ୍ରୀଲଙ୍କା, ଲସ୍ ଆଞ୍ଜେଲସ୍, ଢାକା ଆଦି ସ୍ଥାନର ଫିଲ୍ମ ଫେଷ୍ଟିଭାଲରେ ୧୭ରୁ ଅଧିକ ପୁରସ୍କାର ପାଇଛି ।

Leave A Reply

Your email address will not be published.