Latest Odisha News

BREAKING NEWS

ହସ୍ପିଟାଲ ପ୍ରିନ୍ସିପାଲଙ୍କ ଘରେ ଭିଜିଲାନ୍ସ ଚଢଉ: ୧୬ଟି ପ୍ଲଟ, ୩ଟି ବହୁତଳ କୋଠା ସହ ୫୦ ଲକ୍ଷ ଠାବ

ବଲାଙ୍ଗିର: ସରକାରୀ ଆୟୁର୍ବେଦିକ ହସ୍ପିଟାଲ ପ୍ରିନ୍ସିପାଲ ପ୍ରଫେସର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ଼ ବିପୁଳ ପରିମାଣର ସମ୍ପତ୍ତି ଠାବ ହୋଇଛି। ଅଧ୍ୟକ୍ଷଙ୍କର ପୁରୀ ଜିଲ୍ଲାରେ ୧୬ଟି ପ୍ଲଟ ସହ ୩ଟି ବହୁତଳ କୋଠା ଏବଂ ୫୦ ଲକ୍ଷ ଟଙ୍କା ଠାବ କଲା ଭିଜିଲାନ୍ସ।

ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ସରକାରୀ ଆୟୁର୍ବେଦିକ୍ ହସ୍ପିଟାଲ୍ ଅଧ୍ୟକ୍ଷ ଡାକ୍ତର ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକାସାଙ୍ଗେ ପୁରୀ, ସମ୍ବଲପୁର ଏବଂ ବଲାଙ୍ଗିରର ୬ଟି ସ୍ଥାନରେ ଚଢାଉ ଜାରି ରହିଛି। ଏଥିରେ ୬ଜଣ ଡିଏସପି , ୧୫ ଜଣ ଇନସ୍ପେକ୍ଟରଙ୍କ ସହ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଏନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି।

Leave A Reply

Your email address will not be published.