Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଆଇଟିଡିଏ କନିଷ୍ଠ ଯନ୍ତ୍ରୀ

ରାୟଗଡା : ରାୟଗଡାର ଗୁଣୁପୁରସ୍ଥିତ ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ଗଗନ ପତିଙ୍କ ଘରେ ଭିଜିଲାନ୍ସ ଆଜି ଚଢାଉ କରିଛି ।

ତାଙ୍କ ବିରୋଧରେ ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି ।

ଅନ୍ୟପକ୍ଷରେ ସେମାନେ ଜେଇଙ୍କ ଗୁଣୁପୁର ଅଫିସ ଓ ମୁନିଗୁଡା ସ୍ଥିତ କ୍ୱାଟର୍ସରେ ଚଢାଉ କରିବା ସହ ବ୍ରହ୍ମପୁର କୋ-ଅପରେଟିଭ କଲୋନୀସ୍ଥିତ ଘର, ରାଉତପେଟା ଠାରେ ଥିବା ଶ୍ୱଶୁର ଘର ଏବଂ ବ୍ରହ୍ମପୁର ସିଦ୍ଧାର୍ଥ ନଗରରେ ଥିବା ୩ ମହଲା ବିଶିଷ୍ଟ ଘରେ ମଧ୍ୟ ଚଢାଉ କରାଯାଇଛି ।

ତେବେ ଯାଞ୍ଚ ବେଳେ ତାଙ୍କ ଘରୁ ବିପୁଳ ପରିମାଣର ସମ୍ପତ୍ତି ଜବତ କରାଯାଇଛି ।

Leave A Reply

Your email address will not be published.