Latest Odisha News

BREAKING NEWS

ଜାମିନ ଖାରଜ ପରେ ଶିଳ୍ପପତି ମହିମା ମିଶ୍ରଙ୍କ କୋର୍ଟରେ ଆତ୍ମସମର୍ପଣ

ଜଗତସିଂହପୁର : ସୁପ୍ରିମକୋର୍ଟ ଦ୍ୱାରା ଜାମିନ ଖାରଜ ପରେ ଶିଳ୍ପପତି ମହିମା ମିଶ୍ର ଆଜି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ।

ସୂଚନା ଅନୁଯାୟୀ କୁଜଙ୍ଗର ପ୍ରଥମ ଶ୍ରେଣୀ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି ମହିମାନନ୍ଦ ମିଶ୍ର ।

ସେ ସିୱେଜ ସିପିଙ୍ଗ କମ୍ପାନୀର ଜେନେରାଲ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟା ଘଟଣାରେ ପୁର୍ବରୁ ଗିରଫ ହୋଇ ଜେଲରେ ରହୁଥିବାବେଳେ କିଛିଦିନ ତଳେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ଆସିଥିଲେ ।

ତେବେ ପରବର୍ତ୍ତି ସମୟରେ ତାଙ୍କର ଜାମିନକୁ ରାଜ୍ୟସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଏହି ଘଟଣାର ବିଚାର କରି ସୁପ୍ରିମକୋର୍ଟରେ ଜଷ୍ଟିସ ଅଭୟ ମନୋହର ସାପ୍ରୋ ଓ ୟୁୟୁ ଲଲିତଙ୍କ ନେଇ ଗଠିତ ଏକ ଖଣ୍ଡପୀଠ ଗତକାଲି ମହିମାଙ୍କ ଜାମିନକୁ ଖାରଜ କରିଥିଲେ ।

ଅନ୍ୟପକ୍ଷରେ ଜାମିନ ଖାରଜ ପରେ  ଆଜି କୁଜଙ୍ଗ ହାଇକୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ମାଙ୍କୁ ପୁଣିଥରେ ସମାଗୋଳ ଉପ କାରାଗାରକୁ ପଠାଇଦେଇଛି ।

Leave A Reply

Your email address will not be published.