Latest Odisha News

BREAKING NEWS

ଏସିଆ କପ କ୍ରିକେଟ: ଆଜି ଭାରତ-ପାକିସ୍ତାନ ଟକ୍କର

ଦୁବାଇ : ଏସିଆ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ମ୍ୟାଚ ଭାରତ-ପାକିସ୍ତାନ ମଧ୍ୟରେ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସହ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନର ଏହି ମହାମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି ।

ଅନ୍ୟପକ୍ଷରେ ଗତ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନ ଠାରୁ ପରାଜିତ ହୋଇଥିବା ଭାରତୀୟ ଦଳ ଏଥର ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ଫୁଲ ଦମରେ ମଇଦାନକୁ ଓହ୍ଲାଇବ । ତେବେ ମଙ୍ଗଳବାର ହଂକଂ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଭାରତୀୟ ଦଳ କରିଥିବା ପ୍ରଦର୍ଶନକୁ ନଜରରେ ରଖି ଦଳ ଆଜି ଚୂଡାନ୍ତ ଏକାଦଶ ପର୍ଯ୍ୟାୟରେ କିଛିଟା ପରିବର୍ତ୍ତନ କରିପାରେ ।

ଏଥିସହିତ ଭାରତ-ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଏହି ମ୍ୟାଚ ଦର୍ଶକମାନଙ୍କ ପାଇଁ ରୋମାଞ୍ଚକର ହେବ ।

ତେବେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଅଧିକ ଦାୟିତ୍ୱ ରହିବ । ଏଥିସହିତ ଫର୍ମକୁ ଫେରିଥିବା ଶିଖର ଧୱନଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.