Latest Odisha News

ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍: ଆବାସ ଯୋଜନାରେ ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ

ଅନୁଗୁଳ : ଭିଜିଲାନ୍ସ ଜାଲରେ ପଞ୍ଚାୟତ GRS । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି  । ଘର କରେଇଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଛନ୍ତି । ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ୍ ଯଦୁମଣି ମାଝୀ  ।

ଲାଞ୍ଚ ନ ଦେଇ ବାରମ୍ବାର ଦୌଡ଼ିବା ସତ୍ୱେ ତାଙ୍କ ବିଲ ପାସ ହେଉନଥିଲା । ବାଧ୍ୟ ହୋଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ବିଭାଗର ଯୋଜନା ମୂତାବକ  ୪ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯଦୁମଣି ମାଝୀ କୁ ଭିଜିଲାନ୍ସ ବିଭାଗ କାବୁ କରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି  ।  ତାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ଼ କରୁଛି ।

Leave A Reply

Your email address will not be published.