Latest Odisha News

ଦୁଲାଖ ପାଟଣା ରେଳ ଷ୍ଟେସନରେ ଯାତ୍ରୀଙ୍କ ଧାରଣା  

ଯାଜପୁର : ବିଭିନ୍ନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଦୁଲାଖ ପାଟଣା ରେଳ ଷ୍ଟେସନରେ ପାସେଞ୍ଜର  । ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ଡିଏମୟୁ ପାସେଞ୍ଜର ଟ୍ରେନକୁ ଅଟକାଇ ଧାରଣା ଦେଇଥିଲେ ଯାତ୍ରୀ । କରୋନା କଟକଣା ଉଠି ସରିବା ପରେ ମଧ୍ୟ ରେଳ ବିଭାଗ ଯାତ୍ରୀ ମାନଙ୍କ ଠାରୁ ପାସେଞ୍ଜର ଭଡା ବଦଳରେ ଏକ୍ସପ୍ରେସ ଭଡା ନିଆଯାଉଥିବା ଅଭିଯୋଗ। ଭଦ୍ରକରୁ ଭୁବନେଶ୍ୱର ଯାଉଥିବା ଡିଏମ୍‌ୟୁ ଟ୍ରେନକୁ ବାଲେଶ୍ଵରରୁ ଭୁବନେଶ୍ୱରକୁ ସଂପ୍ରସାରଣ କରିବା ଫଳରେ ଅତ୍ୟଧିକ ଭିଡ଼ ଯୋଗୁ ଯାତ୍ରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏବଂ ଟ୍ରେନରେ ବଗି ବଢାଇବା ସହ ବିଭିନ୍ନ ଦାବିରେ ଆଜି ରେଳ ଯାତ୍ରୀମାନେ ଷ୍ଟେସନରେ ଧାରଣା ଦେଇଥିଲେ । ଘଟଣାସ୍ଥଳରେ ବିଭାଗୀୟ ଅଧିକାରୀ ପହଞ୍ଚି ଯାତ୍ରୀ ମାନଙ୍କୁ ବୁଝାଇବା ପରେ ଟ୍ରେନ ଯାତାୟାତ ସ୍ୱାଭାବିକ ହୋଇଛି । ସେପଟେ ଏ ସବୁ ଦାବି ଗୁଡିକୁ ଯଦି ୧୭ ତାରିଖ ସୁଦ୍ଧା ସମାଧାନ କରା ନ ଯାଏ ତା ହେଲେ ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ନିୟମିତ ରେଳ ଯାତ୍ରୀ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ସଂଘ ର ଆବାହକ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.