Latest Odisha News

BREAKING NEWS

ତାତିଲେ ଜନତା: ବାଲିଗୁଡ଼ାରେ ପୋଲିସ ଲାଠି ଚାର୍ଜ ବିରୋଧରେ ରାସ୍ତାରୋକ

ଫୁଲବଣୀ: ପୋଲିସର ଲାଠି ଚାର୍ଜକୁ ବିରୋଧ । ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲେ ଉତ୍ୟକ୍ତ ଲୋକ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ବିରୋଧରେ ରାସ୍ତାରୋକ କରିଛନ୍ତି ଦଣ୍ଡପଦର ଗାଁ ଲୋକ । ପଥର ପକାଇ ରାସ୍ତା ଉପରେ ଟାୟାର ଜାଳି 59ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଏହି ରାସ୍ତାରେ ଗାଡ଼ିମୋଟର ଚଳାଚଳ ଓ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅଭିଯୋଗ ହୋଇଚି, ଗତକାଲି ବାଲିଗୁଡ଼ା ଦଣ୍ଡପଦର ଗାଁରେ ପୋଲିସ ଲାଠି ଚାର୍ଜ କରିଥିଲା । ବିନା କାରଣରେ ଅଚାନକ ଚଢ଼ାଉ କରି ପୋଲିସ ଗାଁ ଲୋକଙ୍କୁ ମାଡ଼ ମାରିଥିଲା । ଏଥିରେ ନାବାଳକ ସମେତ ୪ ଜଣ ଆହତ ହୋଇଛନ୍ତି । ପୋଲିସର ଆକ୍ରମଣକୁ ଲୋକ ବିରୋଧ କରିଛନ୍ତି । ଘଟଣାର ତଦନ୍ତ ସହ ଆହତଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.