Latest Odisha News

BREAKING NEWS

ଗାଁରେ ସ୍ୱପ୍ନ ବିକାଶର ଚିତ୍ର

ରାୟଗଡା : ଚାରିଆଡେ ଡଙ୍ଗର ଆଉ ମଝିରେ ଗାଁ । ସାତ ଦଶନ୍ଦି ପରେ ବି ଲୋକେ ପାଉନାହାନ୍ତି ମୌଳିକ ସୁବିଧା । ବିକାଶର ଛାଇ ସ।ତ ସପନ ହୋଇଯାଇଛି ରାୟଗଡା ଜିଲ୍ଲାରେ । ଜିଲ୍ଲାର ଚିତ୍ର ସଂପୂର୍ଣ୍ଣ ଅଲଗା ।  ଜିଲାର ସଦର ମହକୁଠାରୁ ମାତ୍ର କେଇ କିଲୋମିଟର ଦୂରରେ ଥିବା ସେରାପଡି ଗାଁ । ରାୟଗଡା ସହରରୁ ମାତ୍ର ଦୁଇ କିଲୋମିଟର ଝଞ୍ଜାବତୀ ନଦୀ ପାର ହୋଇଗଲେ ଚିତ୍ର ସ୍ପଷ୍ଟ ବାରି ହୋଇପଡିବ ।  ବିକାଶର ନାରା ଆଉ ଡିଜିଟାଲ୍ ଇଣ୍ଡିଆର ସ୍ବପ୍ନ ଏହି ଗ୍ରାମର ଆଦିବାସୀଙ୍କ ପାଇଁ ଯେପରି ଉପହାସ ସଦୃଶ୍ୟ ।

ପାହାଡ ପର୍ବତ ଘେରା ସେରାପାଡି ଗ୍ରାମ । ଚାରିଆଡେ ପାହାଡ ଆଉ ପାହଡକୁ ଲାଗି କାହିଁ କେଉଁ କାଳରୁ ଜନବସତି ସ୍ଥାପନ ହୋଇଛି । ଗ୍ରାମରେ ପ୍ରାୟ ୧୩ ଟି ପରିବାର ବସବାସ କରୁଥିବା ବେଳେ ଜନସଂଖ୍ୟା ପାଖାପାଖି ୭୦ ହେବ । ବିକାଶ ସତେ ଯେମିତି ଏଠି ମୁଣ୍ଡ ନଇଁଛି । ରାୟଗଡା ସହରରୁ ଝଞ୍ଜାବତୀ ନଦୀ ଏପଟେ ଜିଲ୍ଲାର ସଦର ମହକୁମା ସେପଟେ ନଦୀ ପାର ପରେ ମାତ୍ର ୨ କିଲୋମିଟର ଦୂରରେ ରହିଛି ଏହି ଗାଁ । କିନ୍ତୁ ଝଞ୍ଜାବତୀ ନଦୀ ଉପରେ ପୋଲଟି ନଥିବା ଯୋଗୁଁ ଆର୍ଜୁନଗୁଡା ଦେଇ ୧୦ କିଲୋମିଟର ଯିବାକୁ ପଡୁଛି ।

ଏଠି ସ୍ବାସ୍ଥ୍ୟସେବା କଥା ନକହିଲେ ଭଲ । ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନଥିବା ଯୋଗୁଁ ଜରୁରୀକାଳିନ ପରିସ୍ଥିତିରେ ବୃଦ୍ଧ ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ଖଟିଆରେ ବୋହି ଝଞ୍ଜାବତୀ ନଦୀ ଲଂଘି ନେବାକୁ ପଡିଥାଏ । କାରଣ ଏହି ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ପହଞ୍ଚିପାରୁନାହିଁ । ଯାହାଫଳରେ ସେରାପାଡି ପରି ସହରତଳି ଗାଁରେ ଯଦି ବିକାଶର ପାଦଚିହ୍ନ ପଡିନାହିଁ ତେବେ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଅବସ୍ତା କଣ ଏଥିରୁ ସ୍ଵସ୍ଥ ଅନୁମେୟ ।

Leave A Reply

Your email address will not be published.