Latest Odisha News

ବେଆଇନ୍ ଗଞ୍ଜେଇ କାରବାର, ଏସଟିଏଫ ହାତରେ ବ୍ୟାଙ୍କ କର୍ମଚାରୀ

ଅନୁଗୋଳ: ବେଆଇନ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଅନୁଗୁଳ ଜିଲା ବାଙ୍କ ପଳାସ ଗାଁ ନିକଟରେ ଗଞ୍ଜେଇ ଚାଲାଣ ବେଳେ ସ୍ପେଶାଲ ସ୍କାର୍ଡ ଆଜି ହଠାତ ରେଡ କରିଥିଲା। ଏହାପରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି । ରେଡ୍ ବେଳେ ୧୬୫ କେଜି ଗଞ୍ଜେଇ, ଗୋଟିଏ ଏସବିଏମଏସ (SBML) ବନ୍ଧୁକ, ଗୋଟିଏ ମହିନ୍ଦ୍ରା ଗାଡି, ଗୋଟିଏ ପଲସର ବାଇକ ଜବତ ହୋଇଛି।

ଗିରଫ ଦୁଇ ଜଣ ହେଲେ ସୁଶାନ୍ତ କୁମାର ସାହୁ ଏବଂ ଯୁଗଳ ସାହୁ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସୁଶାନ୍ତ ହେଉଛନ୍ତି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଳର୍କ ଏବଂ କ୍ୟାସିୟର ଭାବେ କିଶୋର ନଗର ଶାଖାରେ କାର୍ଯ୍ୟରତ । ଅଥିକ ପଇସା ରୋଜଗାର କରିବା ଏବଂ ରାତାରାତି ଧନୀ ହେବା ନିଶାରେ ସୁବଳ ଏଭଳି ବେଆଇନ କାରବାରରେ ପାଦ ଥାପିଥିଲେ ବୋଲି ସୂଚନା ରହିଛି ।

ଉଲ୍ଲେଖଯୋଗ୍ୟ, ବର୍ଷକ ଭିତରେ ଏସଟିଏଫ ୫୦ କେଜି ବ୍ରାଉନସୁଗର,୯୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୧୩୦ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି।

Leave A Reply

Your email address will not be published.