ଜଗତସିଂହପୁର : ବ୍ଳକ କାର୍ଯ୍ୟାଳୟ ପରିସରରେ ଲାଗିରହିଛି ଉତ୍ତେଜନା। ବିଡ଼ିଓ ବାବୁଙ୍କ ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ଲୋକ ମାନେ ମିଳିମିଶି ଘେରିଛନ୍ତି ବିଡ଼ିଓଙ୍କୁ । ଅନ୍ୟପଟେ ଏହି କାରଣ ଯୋଗୁଁ ୩ଦିନ ହେବ ବ୍ଳକ କାର୍ଯ୍ୟ ଏକପ୍ରକାର ଠପ ହୋଇଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର କିଛି ମହିଳା ସମସ୍ୟା ନେଇ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଳକ ଅଧିକାରୀଙ୍କ ବିଡ଼ିଓଙ୍କ ପାଖକୁ ଆସିଥିବା ବେଳେ ସେମାନଙ୍କୁ କଟୁ ଭାଷାରେ ଗାଳି କରି ବାହାରକୁ ବାହାର କରିଦେଇଥିବା ଅଭିଯୋଗ ହୋଇଥିଲା। ଏହାର ବିରୋଧ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।
ବିଡ଼ିଓ ଙ୍କ ଏକତରଫା ଯୁକ୍ତି ଆନ୍ଦୋଳନକାରୀଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ଯାହାଫଳରେ ବିଡ଼ିଓ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।
Comments are closed.