Latest Odisha News

ଅଲିମ୍ପିକ୍ସ ଟ୍ରାଏଲ: ଜିଦ କରିବା ପରେ ଖେଳିଲେ ଭିନେଶ, ୫୦ କିଗ୍ରାରେ ହାସଲ କଲେ ବିଜୟ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଭାରତରେ ରେସଲିଂ ଟ୍ରାଏଲ୍ସ ଆୟୋଜିତ ହୋଇଛି । ଏ ନେଇ ପଟିୟାଲାରେ ଆୟୋଜିତ ଟ୍ରାଏଲ୍ସରେ ଭିନେଶ ଫୋଗଟ ୨ଟି କାଟାଗୋରୀରେ ଅଂଶଗ୍ରହଣ କରିବା ପାଇଁ ଜିଦ ଧରି ବସିଥିଲେ । ୫୩ କିଗ୍ରା କାଟାଗୋରୀ ପାଇଁ ଅଲିମ୍ପିକ୍ସ ପୂର୍ବରୁ ଟ୍ରାଏଲ୍ସ ଆୟୋଜିତ କରିବାକୁ ସେ ଦାବୀ କରିଥିଲେ । ମାତ୍ର ଅଧିକାରୀମାନେ ଏଥିରେ ରାଜି ହୋଇ ନ ଥିଲେ । କିଛି ସମୟ ଧରି ଅଶାନ୍ତିକର ପରିବେଶ ସୃଷ୍ଟି ହେବା ପରେ ଶେଷରେ ତାଙ୍କୁ ୫୦ ଓ ୫୩ କିଗ୍ରା ପାଇଁ ଅନୁମତି ମିିଳିଥିଲା । ୫୦ କିଗ୍ରା ବିଭାଗ ଫାଇନାଲରେ ସେ ଶିବାନୀଙ୍କୁ ପରାସ୍ତ କରିଥିଲେ । ୫୩ କିଗ୍ରା ସେମିଫାଇନାଲରେ ସେ ୦-୧୦ ବ୍ୟବଧାନରେ ପରାଜିତ ହୋଇଥିଲେ ।

ପୂର୍ବରୁ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ଟ୍ରାଏଲ୍ସରେ ପରାଜିତ ହୋଇଛନ୍ତି । ସେ ଏଥିସହ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଛନ୍ତି । ବଜରଙ୍ଗ ହାରିବା ପରେ ଡୋପ ଟେଷ୍ଟ ସାମ୍ପୁଲ ଦେଇ ନ ଥିବା ବେଳେ ଶେଷ ମ୍ୟାଚ ନ ଖେଳି ରାଗିକରି ପଳାଇ ଯାଇଥିଲେ । ସୂଚନାଯୋଗ୍ୟ, ଡବ୍ଲ୍ୟୁଏଫଆଇର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ ଅଣାଯିବା ସହ ରେସଲରମାନେ ଗଣଧାରଣ ଦେଇଥିଲେ । ବଜରଙ୍ଗ, ଭିନେଶ ଓ ସାକ୍ଷୀ ଏଥିରେ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.