Latest Odisha News

BREAKING NEWS

ପୁରସ୍କାର ପାଇଁ ନାମ ଘୋଷଣା ହେବା ମାତ୍ରେ ଶାହାରୁଖଙ୍କ ପାଦ ଛୁଇଁଲେ ଅଟଲୀ

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ହିଟ ଫିଲ୍ମ ଜୱାନ ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ନିକଟରେ ଏକ ପୁରସ୍କାର ବିତରଣ ଉତ୍ସବରେ ଏହାର ନିର୍ଦ୍ଦେଶକ ଅଟଲୀ କୁମାରଙ୍କ ନାମ ଘୋଷଣା ହେବା ମାତ୍ରେ ସେ ଖୁସିରେ ପାଖରେ ବସିଥିବା ଶାହାରୁଖ ଖାଁଙ୍କ ପାଦ ଛୁଇଁ ଏହାକୁ ଆଣିବାକୁ ଯାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଟଲୀଙ୍କ ଶାହାରୁଖଙ୍କ ପ୍ରତି ସମ୍ମାନକୁ ଦର୍ଶକମାନେ ପ୍ରଶଂସା କରିଛନ୍ତି । ଅବଶ୍ୟ ଶାହାରୁଖ ସଙ୍ଗେ ସଙ୍ଗେ ଉଠିପଡି ଅଟଲୀଙ୍କୁ ଆଲିଙ୍ଗନ କରି ପକାଇଥିଲେ ।

ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ ହେବା ସତ୍ୱେ ଅଟଲୀଙ୍କ ଏହି ମନୋଭାବ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । କେତେକ ପ୍ରଶଂସକ ଏ ନେଇ ଅଟଲୀଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । କିଛି ଆବଶ୍ୟକ ନ ଥିଲା ତାଙ୍କ ପାଦ ଛୁଇଁବା ବୋଲି ମଧ୍ୟ କହିଛନ୍ତି । ଜୱାନ ଫିଲ୍ମରେ ଶାହାରୁଖ ଡବଲ ରୋଲ କରିଥିଲେ । ଏହା ଓଭରାଲ ୧୧୬୦ କୋଟିର ବ୍ୟବସାୟ କରିଥିଲା ।

Leave A Reply

Your email address will not be published.