Latest Odisha News

BREAKING NEWS

ୱାର ୨ରେ ବ୍ୟବହାର ହେବ ଅତ୍ୟାଧୂନିକ ଜ୍ଞାନକୌଶଳ: ହ୍ରିତିକ,ଜୁନିୟର ଏନଟିଆର ଦେଲେ ମାତ୍ର ୬୦ ଦିନର ସମୟ

ମୁମ୍ବାଇ: ୟଶରାଜ ଫିଲ୍ମସ ବ୍ୟାନରରେ ନିର୍ମିତ ହେଉଥିବା ୱାର ୨ରେ ଅତ୍ୟାଧୂନିକ ଟେକ୍ନୋଲୋଜିର ବ୍ୟବହାର କରାଯିବ । ଏପରିକି ନୂତନ ଜ୍ଞାନକୌଶଳ ସହାୟତାରେ କମରୁ କମ ସମୟ ମଧ୍ୟରେ ଫିଲ୍ମକୁ ଶେଷ କରିବା ପାଇଁ ପ୍ରସ୍ତୁତି ହୋଇଛି । ଫିଲ୍ମର ଦୁଇ ମୂଖ୍ୟ କଳାକାର ହ୍ରିତିକ ରୋଶନ ଓ ଜୁନିୟର ଏନଟିଆରଙ୍କ ନିକଟରୁ ମାତ୍ର ୬୦ ଦିନର ସମୟ ନିଆଯାଇଛି । ଆକ୍ସନ ସିନରେ ବଡି ଡବଲ ସହାୟତାରେ ଅନେକ ଦୃଶ୍ୟର ଶୁଟିଂ ହୀରୋଙ୍କ ବିନା କରାଯାଇ ପାରିବ । ମାର୍ଚ୍ଚ ୭ରୁ ହ୍ରିତିକ ଏହାର ଶୁଟିଂରେ ଯୋଗ ଦେଇ ସାରିଛନ୍ତି । ଜୁନ ଶେଷ ସୁଦ୍ଧା ହ୍ରିତକ ଓ ଜୁଲାଇରେ ଜୁନିୟର ଏନଟିଆର ଶୁଟିଂ ଶେଷ ହୋଇ ଯାଇଥିବ ବୋଲି ମେକର୍ସଙ୍କ ପକ୍ଷରୁ କୁହାଯାଇଛି ।

ଯେଉଁ ଦୃଶ୍ୟରେ ହୀରୋଙ୍କ ଉପସ୍ଥିତି ଆବଶ୍ୟକ ନାହିଁ ସେ ବାବଦକୁ ସେମାନଙ୍କ ନଷ୍ଟ ନ କରିବା ପାଇଁ ମେକର୍ସ ଏହି ଯୋଜନା କରିଛନ୍ତି । ଯଦି ଏଥିରେ ସେମାନେ ସଫଳ ହେବେ ତେବେ ଆଗାମୀ ଦିନରେ ବହୁତ କମ ସମୟରେ କଳାକାରମାନେ ଅଧିକ ଫିଲ୍ମ ଶୁଟିଂ କରିପାରିବେ । ୱାର ୨କୁ ରେକର୍ଡ ସମୟରେ ପୂରଣ କରିବା ପାଇଁ ମେକର୍ସ ସେମାନଙ୍କ ସଦସ୍ୟଙ୍କୁ ଟାର୍ଗେଟ ଦେଇଛନ୍ତି ।

Leave A Reply

Your email address will not be published.