Latest Odisha News

BREAKING NEWS

ମଣିପୁରରେ ପୁଣି ତେଜିଲା ହିଂସା: କୁକି ସମ୍ପ୍ରଦାୟର ୩ ଯୁବକଙ୍କୁ ହତ୍ୟା

ଇମ୍ଫାଲ: ଦୁଇ ସପ୍ତାହ ବ୍ୟବଧାନ ପରେ ମଣିପୁରରେ ପୁଣି ତେଜିଲା ହିଂସା । କୁକି ସମ୍ପ୍ରଦାୟର ୩ ଜଣ ଆଦିବାସୀ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି  । ନାଗା ବହୁଳ ଉଖରୁଲ ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡ ପରେ ସଶସ୍ତ୍ର ଦୁର୍ବୁତ୍ତ ମିଆଁମାରକୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୁଲିସର ସୂଚନା ଅନୁଯାୟୀ କିଛି ସଶସ୍ତ୍ର ବ୍ୟକ୍ତି ଗାଁକୁ ଘେରି ଯାଇଥିଲେ ଏବଂ ସୁରକ୍ଷା ଦାୟିତ୍ବରେ ଥିବା ସ୍ବେଚ୍ଛାସେବୀଙ୍କୁ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ପୁଣି ଜାତିଆଣ ହିଂସା ବଢ଼ିବା ଆଶଙ୍କା କରାଯାଉଛି। ଆକ୍ରମଣକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ଲାଗି ରହିଛି।

ଉଖରୁଲ୍‌ରେ ପୂର୍ବରୁ କେବେ ହିଂସା ହୋଇନଥିଲା ଏବଂ ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଥିଲା। ଅତ୍ୟାଧୁନିକ ବନ୍ଧୁକଧାରୀ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରି ରାଜ୍ୟକୁ ପୁଣି ବଡ଼ ହିଂସା ଆଡ଼କୁ ନେବାପାଇଁ ଷଡ଼ଯନ୍ତ୍ର କରିଛନ୍ତି ବୋଲି କୁହାଯାଉଛି। ଶେଷଥର ପାଇଁ ଗତ ୫ ତାରିଖରେ ହିଂସା ଦେଖାଦେଇଥିଲା । ବିଷ୍ଣୁପୁର ଏବଂ ଚୁରାଚାନ୍ଦପୁର ଜିଲ୍ଲାରେ କୁକି ଏବଂ ମୈତେୟୀ ସମ୍ପ୍ରଦାୟ ମଧ୍ୟରେ ଗୁଳି ବିନିମୟ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ମୈତେୟୀ ସଂପ୍ରଦାୟର ଏବଂ ୨ ଜଣ କୁକି ସଂପ୍ରଦାୟର ଥିଲେ।

Leave A Reply

Your email address will not be published.