ଭୁବନେଶ୍ୱର: କର୍ଣ୍ଣାଟକରେ ହିଜାବକୁ ନେଇ ବିବାଦ ପ୍ରତିଦିନ ଘନେଇବାରେ ଲାଗିଛି । କଲେଜରେ ବୁର୍ଖା ପିନ୍ଧା ଯୁବତୀଙ୍କୁ ପ୍ରବେଶ ନିଷେଧ ଘଟଣା ସବୁଠୁ ଅଧିକ ଚର୍ଚ୍ଚା ସାଉଣ୍ଟିଥିଲା । ତେବେ ଏହାରି ମଧ୍ୟରେ ଜଣେ ଇସଲାମଧର୍ମୀଙ୍କ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।
ଭିଡିଓରେ ଏକ କଲେଜ ପରିସରରେ କିଛି ଯୁବକ ଜୟ ଶ୍ରୀରାମ ନାରା ଦେବାରେ ଦେଖାଯାଇପାରେ । ସେହି ସମୟରେ ଜଣେ ଇସଲାମଧର୍ମୀ ଯୁବତୀ ନିଜ ଗାଡି ରଖି କଲେଜ ଅଭିମୁଖେ ମୁହାଁଇଥିଲେ । ଠିକ୍ ସେହି ସମୟରେ ଯୁବଗୋଷ୍ଠୀ ତାଙ୍କୁ ଘେରିଯାଇ ଜୟ ଶ୍ରୀରାମ ନାରାବାଜି ତୀବ୍ରତର କରିଥିଲେ । ଏହାର ଜବାବ ଦେବାକୁ ଯାଇ ଯୁବତୀ ଜଣକ ମଧ୍ୟ ଅଲ୍ଲା-ହୁ-ଅକବର କହିବାକୁ ପଛାଇନଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି ।
Karnataka hijab row: Mob chanting ‘Jai Shri Ram’ accosts girl, she responds with ‘Allah-hu-Akbar’
କର୍ଣ୍ଣାଟକ ହିଜାବ୍ ବିବାଦ: ଯୁବଗୋଷ୍ଠୀ ଦେଲେ ଜୟ ଶ୍ରୀରାମ ନାରା, ଯୁବତୀ କହିଲେ ଅଲ୍ଲା-ହୁ-ଅକବର୍#ViralAlert #Karnataka #HijabRow #OdishaSambad #OdishaSambadNews pic.twitter.com/3WH00TAc0l— Odisha Sambad (@Odisha_Sambad) February 8, 2022
ଯୁବତୀଙ୍କ କହିବା ଅନୁଯାୟୀ, ସେ କଲେଜ ଯାଉଥିବା ସମୟରେ କିଛି ଛାତ୍ରମାନେ ତାଙ୍କୁ ଘେରି ହିଜାବ୍ ବାହାର କରିବାକୁ କହିଥିଲେ । ଯାହାପରେ ସେ ହିଜାବ୍ ମୁହଁରୁ କାଢିବା ପରେ ହିଁ କ୍ଲାସରୁମରେ ପ୍ରବେଶ କରିବାକୁ ଅନୁମତି ମିଳିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ଜଣାପଡିନାହିଁ ।
Comments are closed.