Latest Odisha News

BREAKING NEWS

[ଭିଡିଓ] ବଲିଉଡରୁ ବଙ୍ଗଳାଦେଶ ଯିବେ ରାନୁ ମଣ୍ଡଳ

ଭୁବନେଶ୍ୱର: ସାରା ଭାରତ ଟି୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଚିନ୍ତାରେ ପଡିଛନ୍ତି । ସେପଟେ ରାନୁ ମଣ୍ଡଳ ବଲିଉଡ ଛାଡି ବଙ୍ଗଳାଦେଶୀ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଡିଆଁ ମାରିଲେଣି । ପଢି ହଜମ ଓ ଶୁଣି ଅବିଶ୍ୱାସ ଲାଗୁଥିଲେ ଏହି ଖବର ଶତପ୍ରତିଶତ ସତ । ଖୁବଶୀଘ୍ର ରାନୁ ମଣ୍ଡଳ ବଙ୍ଗାଦେଶ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ ଯାଦୁ ଦେଖାଇବେ, ହେଲେ ଅଭିନେତ୍ରୀ ନୁହେଁ ବରଂ କଣ୍ଠଶିଳ୍ପୀ ଭାବେ ।

ପଶ୍ଚିମବଙ୍ଗ ବେଗୋପାରା ବାସିନ୍ଦା ରାନୁ ମଣ୍ଡଳ ୨୦୧୯ରେ ଲତାଙ୍କ ବହୁ ଚର୍ଚ୍ଚିତ ଗୀତ “ଏକ୍ ପ୍ୟାର କା ନଗ୍‌ମା ହୈ” ଗାଇ ଚର୍ଚ୍ଚାକୁ ଆସିଥିଲେ । ଏହା ପରେ ହିମେଶ ତାଙ୍କୁ ନେଇ ଏକାଧିକ ଗୀତ ରେକର୍ଡିଂ ବି କରିଥିଲେ । ହେଲେ ଏବେ ସେ ସୋସିଆଲ୍ ମିଡିଆ ଷ୍ଟାର ଅସ୍ରାଫୁଲ୍ ଆଲୋମ ତଥା ବଙ୍ଗଳାଦେଶୀ ଫିଲ୍ମ ଷ୍ଟାର ଆଲୋମଙ୍କଠାରୁ ନୂଆ ପ୍ରସ୍ତାବ ପାଇଛନ୍ତି । ବଙ୍ଗଳାଦେଶୀ ଫିଲ୍ମରେ ଗୀତ ଗାଇବାକୁ ରାନୁ ମଣ୍ଡଳଙ୍କୁ ଅଫର ମିଳିଛି ।

ଚଳିତମାସ ୩ ତାରିଖରେ ହିରୋ ଆଲୋମ ଫେସବୁକରେ ଭିଡିଓ କନଫେରେନ୍ସ ଜରିଆରେ ରାନୁ ମଣ୍ଡଳଙ୍କୁ ବଙ୍ଗଳାଦେଶୀ ଫିଲ୍ମରେ ଦୁଇଟି ଗୀତ ଗାଇବାକୁ ଅଫର ଦେଇଥିଲେ । ଯାହାକୁ ରାନୁ ମଣ୍ଡଳ ସ୍ୱୀକାର ମଧ୍ୟ କରିଥିଲେ । ଆସନ୍ତା ୨୦ ତାରିଖରେ ଫିଲ୍ମଟି ରିଲିଜ ହେବାକୁ ଯାଉଥିବାବେଳେ ଏହାର ପ୍ରଯୋଜନା ଭାର ଖୋଦ ଅସ୍ରାଫୁଲ୍ ଆଲୋମ ସମ୍ଭାଳିଛନ୍ତି ।

ଅନେକ ହୁଏ ତ ଜାଣିନଥିବେ ଯେ, ରାନୁ ମଣ୍ଡଳଙ୍କ ଉପରେ ଏକ ବାୟୋପିକ ମଧ୍ୟ ନିର୍ମାଣ ହେବାକୁ ଯାଉଛି । ଏହାର ଟାଇଟଲ ମିସ୍ ରାନୁ ମାରିଆ ଥିବାବେଳେ ନିର୍ଦ୍ଦେଶନା ଭାର ସମ୍ଭାଳିବେ ହ୍ରିଷିକେଶ ମଣ୍ଡଳ । ବାୟୋପିକରେ ଅଭିନେତ୍ରୀ ଇଶିକା ଦେଙ୍କୁ ରାନୁ ମଣ୍ଡଳଙ୍କ ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.