Latest Odisha News

BREAKING NEWS

ଦିଲ୍ଲୀର କରୋନା ସଂକ୍ରମିତଙ୍କ ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସାରା ଦେଶରେ କରୋନାକୁ ରୋକିବା ଲାଗି ଚାଲିଛି ଅହରହ ଉଦ୍ୟମ । ହେଲେ ଏତିକିବେଳେ କ୍ୱାରେନ୍‌ଣ୍ଟାଇନ୍ ଅବ୍ୟବସ୍ଥା ନେଇ ଏକ ଭିଡିଓ ଜରିଆରେ ଅଭିଯୋଗ ଆଣିଛନ୍ତି ଜଣେ କରୋନା ସଂକ୍ରମିତ ପୋଲିସ କର୍ମଚାରୀ ।

ANI ରିପୋର୍ଟ ଅନୁଯାୟୀ ଦିଲ୍ଲୀର ଜଣେ କରୋନା ସଂକ୍ରମିତ ଏକ ଭିଡିଓ ଜରିଆରେ କ୍ୱାରେନ୍‌ଣ୍ଟାଇନ୍‌ରେ ରହୁଥିବା ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ନେଇ ଅଭିଯୋଗ ଆଣିଛନ୍ତି ।

ଦିଲ୍ଲୀର ଚୌଧୁରୀ ବାହ୍ମ ପ୍ରକାଶ ଆୟୁର୍ବେଦିକ ଚରକ ସଂସ୍ଥାନରେ ସଂକ୍ରମିତ କନେଷ୍ଟବଳ ଜଣକ କ୍ୱାରେନଣ୍ଟାଇନରେ ରହିଛନ୍ତି । ହେଲେ କରୋନା ସଂକ୍ରମିତଙ୍କ ପାଇଁ ହସ୍ପିଟାଲରେ କୌଣସି ବ୍ୟବସ୍ଥା ନାହିଁ । ୨୦ଜଣ ରୋଗୀଙ୍କ ପାଇଁ ମାତ୍ର ଗୋଟିଏ ଶୌଚାଳୟ ରହିଛି ।

ଅନ୍ୟପଟେ ରୋଗୀଙ୍କ ପାଇଁ ଥିବା ତକିଆ ଅତ୍ୟଧିକ ମଇଳା ହୋଇଥିଲାବଳେ ତାକୁ ବି ବଦଳାଯାଉନି । ଜ୍ୱର କିମ୍ବା ଗଳାରେ କଷ୍ଟ ହେଲେ ଏ ନେଇ କୌଣସି ଔଷଧ ମଧ୍ୟ ଦିଆଯାଉନାହିଁ ।

Leave A Reply

Your email address will not be published.