Latest Odisha News

BREAKING NEWS

ଭାଇରାଲ ପୋଷ୍ଟମର୍ଟମ୍‌: ମୃତ ଚାଇନା ଡାକ୍ତର ୱେନଲାଙ୍ଗଙ୍କ ସଂଜୀବନୀ ଚା !

ଭୁବନେଶ୍ୱର: ସାରା ବିଶ୍ୱରେ କରୋନାଭାଇରସ୍ ପାଇଁ ଚିନ୍ତାରେ ପଡିଛନ୍ତି ବୈଜ୍ଞାନିକ ଓ ଡାକ୍ତରମାନେ । ହେଲେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଫଟୋ ଓ ତା ପଛର କାହାଣୀ ଚିକିତ୍ସା ବିଜ୍ଞାନୀ ଓ ସାଧାରଣ ଲୋକଙ୍କୁ ଦ୍ୱନ୍ଦରେ ପକାଇଛି ।

ଏହି ରହସ୍ୟମୟ ଫଟୋଟି ଚାଇନାର ମୃତ ଡାକ୍ତର ଲି ୱେନ୍‌ଲାଙ୍ଗଙ୍କର । ମରିବା ପୂର୍ବରୁ ଡାକ୍ତର ଲି କିଛି ଏପରି କହିଯାଇଥିଲେ, ଯାହା ଆଜି ବି ରହସ୍ୟମୟ ହୋଇରହିଛି ।

ସୋସିଆଲ ମିଡିଆ ପୋଷ୍ଟ ଅନୁସାରେ ଏହି ଡାକ୍ତର ହିଁ ପ୍ରଥମେ କରୋନାଭାଇରସକୁ ଜାଣିପାରି ଏହାର ଚିକିତ୍ସା ପଦ୍ଧତି ବି ଉଦ୍ଭାବନ କରିଥିଲେ ।

ଏହି ପୋଷ୍ଟଟିକୁ ପ୍ରଥମେ କିଏ ଓ କେବେ ପ୍ରଥମେ ପୋଷ୍ଟ କରିଥିଲେ, ତାହା ଆଜି ବି ରହସ୍ୟମୟ ହୋଇ ରହିଛି ।

ଏହି ଖବରକୁ ପ୍ରଥମେ ଆମେରିକୀୟ ଟିଭି ଚ୍ୟାନେଲ ସିଏନଏନ ହିଁ ପ୍ରସାରଣ କରିଥିଲା । ସିଏନ୍‌ଏନ୍ ଅନୁସାରେ ଡାକ୍ତର ଲି ପ୍ରଥମେ କରୋନାଭାଇରସ୍‌କୁ ଚିହ୍ନଟ କରି ଦଣ୍ଡ ପାଇଥିଲେ । ତେବେ କରୋନାରେ ସଂକ୍ରମିତ ହୋଇ ମରିବା ପର୍ବରୁ ଏକ ଡକ୍ୟୁମେଣ୍ଟରେ ତିନୋଟି କଷ୍ଟସାଧ୍ୟ ଶବ୍ଦ ଲେଖଥିଲେ ।

ଏହି ତିନୋଟି ଶବ୍ଦ (Methylxanthine, Theobromine, Theophyline) କରୋନାର ଚିକିତ୍ସା ପଦ୍ଧତି ବୋଲି ଭାଇରାଲ ହୋଇଥିଲା । ହେଲେ ତିନୋଟି ଶବ୍ଦର ଅର୍ଥ ବାହାର କରିବା ତ ଦୂରର କଥା ଚାଇନା ଲୋକ ପ୍ରଥମେ ଏହାର ଉଚ୍ଚାରଣ ବି କରିପାରିନଥିଲେ ।

ଶେଷରେ ତିନୋଟି ଶବ୍ଦ କେମିକାଲ ଓ ଏହା ଚା’ ରେ ଥାଏ ବୋଲି ଜଣାପଡିଥିଲା । ଏହି ଘଟଣା ପରେ ମାରିଆ ସେଲିଆ ନିଜ ପରିବାର ଓ ବନ୍ଧୁମାନଙ୍କୁ କହି ପୋଷ୍ଟକୁ ଅଧିକରୁ ଅଧିକ ଶେୟାର କରିଥିଲେ ।

ଧିରେ ଧିରେ ଏହି ପୋଷ୍ଟ ଭାରତକୁ ବି ଆସିଥିଲା । ହେଲେ ଏହା ପଛରେ ସତ୍ୟତା କେତେ ? ସତରେ କ’ଣ ଡାକ୍ତର ଲିଙ୍କୁ ଦଣ୍ଡ ଦିଆଯାଇଥିଲା ? ସତରେ କ’ଣ ସେ କରୋନାଭାଇରସ୍ ଚିକିତ୍ସାର ଉଦ୍ଭାବନ କରିଥିଲେ ?

ଏମିତି ଅନେକ ତର୍କ ସାମ୍ନାକୁ ଆସିବା ପରେ ଜଣାପଡିଥିଲା ଏହା ଏକ ଭ୍ରମାତ୍ମକ ଖବର । ସୋସିଆଲ ମିଡିଆ ପୋଷ୍ଟ ଛଡା ଅନ୍ୟ କେଉଁଠି ଏ ନେଇ କିଛି ବଳିଷ୍ଠ ପ୍ରମାଣ ନାହିଁ । ଗୁଜବ ଉଠିଥିଲା ଚାଇନାର ହସ୍ପିଟାଲ ଗୁଡିକ ଦିନକୁ ତିନିଥର କରୋନା ସଂକ୍ରମିତ ରୋଗୀଙ୍କୁ ଚା ପିଆଉଥିଲ । ହେଲେ ଏ କଥା ବି ମିଛ ବୋଲି ଜଣାପଡିଥିଲା ।

ଅନୁସନ୍ଧାନରୁ ଜଣାପଡିଛି ଡାକ୍ତର ଲି ଜଣେ ଆଖି ବିଶେଷଜ୍ଞ ଥିଲେ । ତେବେ ଏଠି ପ୍ରଶ୍ନ ଉଠେ, ଜଣେ ଆଖି ବିଶେଷଜ୍ଞଙ୍କୁ କରୋନାଭାଇରସ୍ ବିଷୟରେ କେମିତି ଜଣାପଡିଲା ।

ଡେଲି ମେଲ ରିପୋର୍ଟରୁ ଜଣାପଡିଛି ମିଛ କଥା ପ୍ରଚାର କରି ଡାକ୍ତର ଲି ପୋଲିସ ପାଖରୁ ଗାଳି ଶୁଣିଥିଲେ । ଏପରିକି ମୃତ୍ୟୁ ପର୍ବରୁ ଆଗକୁ ମିଥ୍ୟା ଗୁଜିବ ନ କରିବା ଲାଗି ପୋଲିସ ପାଖରେ ଏକ କଣ୍ଟ୍ରାକ୍ଟ ବି ସାଇନ୍ କରିଥିଲେ ।

ଏହାପରେ ଡାକ୍ତର ଲି ଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଘଟଣା ହିଁ ଏହି ଗୁଜବକୁ ଅଧିକ ସକ୍ରିୟ କରିଥିଲା । ଜାଣି ଆଶ୍ଚର୍ଯ୍ୟ ହେବେ ଡାକ୍ତର ଲି ଙ୍କର ୪ଜଣ ସହ କର୍ମଚାରୀ ମଧ୍ୟ କରୋନାଭାଇରସ୍‌ରେ ପୀଡିତ ହୋଇ ମୃତ୍ୟୁମୁଖରେ ପଡିଛନ୍ତି ।

ଚା’ ଯେ କରୋନାଭାଇରସ୍ ର ଆଣ୍ଟିଡୋଟ୍ ତାହା ଏ ପର୍ଯ୍ୟନ୍ତ WHO ସହମତି କି ମୋହର ମାରିନି ।

Leave A Reply

Your email address will not be published.