Latest Odisha News

BREAKING NEWS

ଘରୋଇ ପରିବେଶରେ ଧୋନୀଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ

ମୋଟେରା: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଆଉ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଘରୋଇ ପରିବେଶରେ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଜିତିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି । ମୋଟେରାରେ ହେବାକୁ ଥିବା ଦିବାରାତ୍ର ଟେଷ୍ଟରେ କୋହଲି ବିଜୟ ହେଲେ ଧୋନୀଙ୍କ ରେକର୍ଡ ଅତିକ୍ରମ କରିବେ । ଧୋନୀଙ୍କ ନେତୃତ୍ୱରେ ଭାରତ ୨୧ଟି ମ୍ୟାଚ ଜିତିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନ (୧୩), ସୌରଭ ଗାଙ୍ଗୁଲି(୧୦) ଓ ସୁନୀଲ ଗାଭାସ୍କର (୭) ମ୍ୟାଚରେ ଦଳକୁ ବିଜୟୀ କରାଇଛନ୍ତି ।  କୋହଲି ୨୧ଟି ମ୍ୟାଚରେ ଟିମ୍ ଇଣ୍ଡିଆକୁ ବିଜୟୀ କରାଇଛନ୍ତି ।

ସେହିପରି ଇଂଲଣ୍ଡ ବିପକ୍ଷରେ ଘରୋଇ ମାଟିରେ ୧୦୦୦ ରନ ହାସଲଠାରୁ ଚେତେଶ୍ୱର ପୂଜାରା ୪୫ ଓ କୋହଲ ୧୨ ରନ ଦୂରରେ ଅଛନ୍ତି । ପୂର୍ବରୁ କେବଳ ସୁନୀଲ ଗାଭାସ୍କର (୧୩୩୧) ଓ ଗୁଣ୍ଡାପ୍ପା ବିଶ୍ୱନାଥ (୧୦୨୨) ୧୦୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.