Latest Odisha News

BREAKING NEWS

ନକଲି ନୋଟ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ଭଦ୍ରକ: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ଗିରଫ । ସେମାନଙ୍କୁ ବାନ୍ଧିଛି ଭଦ୍ରକ ଜିଲା ବାସୁଦେବପୁର ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡକୁଳ ଗାଁରେ ପ୍ରିୟ ରଞ୍ଜନ ନାୟକ ଓ କେନ୍ଦ୍ରାପଡ଼ା ଜିଲା ଡେରାବିସ ଥାନା ଆନ୍ତର୍ଗତ ଶ୍ୟାମସୁନ୍ଦର ଗାଁର ବିଜୟ କୁମାର ଦାସ ।

ଭଦ୍ରକ ଜିଲା ନଳାଙ୍ଗ ଛକ ରାସ୍ତାକଡରେ ଟଙ୍କା ନେଣଦେଣେ ସମୟରେ ପହଞ୍ଚିଥିଲା ବାସୁଦେବପୁର ଥାନା ପୋଲିସ । ଖସି ଯିବାକୁ ଉଦ୍ୟମ ବେଳେ ଦୁଇ ଜଣଙ୍କୁ ଧରିଥିଲା । ସେମାନଙ୍କ ନିକଟରୁ ୪୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ଟଙ୍କା କାରବାର ରାକେଟର ଚେର ଆଉ କେଉଁ ଯାଏଁ ଲମ୍ବିଛି ? ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ ।

Leave A Reply

Your email address will not be published.