Latest Odisha News

BREAKING NEWS

ନୂଆଦିଲ୍ଲୀରେ ଉଦଘାଟିତ ହେଲା ଓଡ଼ିଶା ପର୍ବ-୨୦୨୨

ଦିଲ୍ଲୀ: ନୂଆଦିଲ୍ଲୀଠାରେ ଓଡିଶା ପର୍ବ-୨୦୨୨ ଉଦଘାଟିତ ହୋଇଯାଇଛି । ଓଡ଼ିଶା ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୨କୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭର୍ଚୁଆଲ ମୋଡରେ ଏଥିରେ ଯୋଡି ହୋଇଛନ୍ତି ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆ । ରାଜ୍ୟ ତଥା ଦେଶ ବାହାରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଏକତ୍ର କରିବା ସହ ଓଡିଶାର ଅନନ୍ୟ କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଓଡ଼ିଆ ରାନ୍ଧଣା, ଗୌରବମୟ ଇତିହାସର ପ୍ରଚାର ପ୍ରସାର କରିବା ଏହି ଓଡ଼ିଶା ପର୍ବର ମୂଳ ଉଦ୍ଦେଶ୍ୟ ।

ଏହି ଦୁଇ ଦିନିଆ ସାଂସ୍କୃତିକ ମହାକୁମ୍ଭରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ ବିଶିଷ୍ଟ ସାହିତ୍ୟିକା ପ୍ରତିଭା ରାୟଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ସେ କହିଛନ୍ତି, ୨୦୩୬ରେ ଭାଷା ଭିତିକ ରାଜ୍ୟ ଭାବରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବ ।

ସଂସ୍କୃତି ଓ ଐତିହ୍ୟର ଝଲକ ପ୍ରତିଫଳିତ ହୁଏ। ଓଡ଼ିଶାର ଏହି ଗୌରବମୟ ସଂସ୍କୃତି ଓ ପରମ୍ପରାକୁ ବିଶ୍ୱ ଦରବାରରେ ପରିବେଷଣ କରିବାକୁ ଓଡ଼ିଆ
ସମାଜର ଅଭିନବ ପ୍ରୟାସ ହେଉଛି ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବ।  ଓଡ଼ିଶାର ପରାକ୍ରମୀ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଜୀବନୀକୁ ଜାତୀୟ ତଥା ଅନ୍ତର୍ଜାତୀୟ ଦର୍ଶକଙ୍କ ନିକଟକୁ ଆଣି ଓଡ଼ିଶା ଇତିହାସକୁ  ମାନ୍ୟତା ପ୍ରଦାନ କରିଥିବା ଷ୍ଟାରପ୍ଲସ୍ ଧାରାବାହିକ ‘ବିଦ୍ରୋହୀ’ର ପୁରା ଦଳଙ୍କୁ ଏହି ଅବସରରେ ସମ୍ବର୍ନ୍ଧିତ କରାଯାଇଥିଲା।

ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପରିବ୍ୟାପ୍ତ କରିବାର ଏହା ଏକ ସର୍ବୋତ୍କୃଷ୍ଟ ମାଧ୍ୟମ ଭାବେ ଅଭିହିତ କରି ଔପନ୍ୟାସିକା  ଡଃ ପ୍ରତିଭା ରାୟ  । ରୁଢିବାଦ ଓ କୁସଂସ୍କାରକୁ ତ୍ୟାଗ କରି ମୂଲ୍ୟବୋଧର ସଂରକ୍ଷଣ କରିବା ହେଉଛି ଆଧୁନିକତା। ଭାଷା ହେଉଛି ସଂସ୍କୃତିର ନାଭିପଦ୍ମ। ନିଜ
ସଂସ୍କୃତିକୁ ନେଇ ଗର୍ବ କରିବା ଉଚିତ। ସଂସ୍କୃତି ମାନବୀୟ ମୂଲ୍ୟ ପ୍ରକ୍ରିୟା ଓ ରଚନା ପ୍ରକ୍ରିୟାକୁ ସମୃଦ୍ଧ କରିଥାଏ। ଗୋଟିଏ ସୀମିତ ସଂସ୍କୃତି ଭିତରେ ବାନ୍ଧି ନ ହୋଇ ବିଶ୍ୱ ସଂସ୍କୃତି ସହ ସାମିଲ ହେବାକୁ ସେ ମତବ୍ୟକ୍ତ କରିଥିଲେ।

ଭର୍ଚୁଆଲ କାର୍ଯ୍ୟକ୍ରମରେ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଆଧ୍ୟାତ୍ମିକ ମାର୍ଗଦର୍ଶକ ଶ୍ରୀମଦ୍ ବାବା ବଳିଆ ଓ ଗୀତିକାର ନରସିଂହ ପ୍ରସାଦ ଗୁରୁଙ୍କ ବାର୍ତ୍ତା ଲୋକଙ୍କୁ ପ୍ରେରଣା ଯୋଗାଇଛି । କରୋନା ସମୟରେ ପ୍ରଭାବିତ ପ୍ରବାସୀ ଓଡ଼ିଆଙ୍କୁ ସହଯୋଗର ହାତ ବଢାଇ ଓଡ଼ିଆ ସମାଜ ନେଇଥିବା ବିଭିନ୍ନ ପଦକ୍ଷେପ  ସମ୍ବନ୍ଧିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା ।

ଚଳିତ ବର୍ଷର ଭର୍ଚୁଆଲ ଅନ୍ତର୍ଜାତୀୟ ଓଡ଼ିଶା ପର୍ବର ପ୍ରଥମ ଦିବସରେ ପାରମ୍ପରିକ ଓଡ଼ିଶୀ ନୃତ୍ୟ ଓ ଲୋକ ସଂଗୀତ ସମେତ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଦେଇଛି ଏକ ନିଆରା ଅନୁଭୂତି। ସମ୍ବଲପୁରୀ ଲୋକନୃତ୍ୟ (ଢାପ), ଓଡ଼ିଶୀ ଓ ଭାରତନାଟ୍ୟମର ଫ୍ୟୁଜନ୍ ତାଣ୍ଡାନୁ ସହ ତାଞ୍ଜାନିଆ ଓଡ଼ିଆ ସୋସାଇଟି ଏବଂ ଓଏସ୍ଏ-ଜର୍ଜିଆ ଦ୍ୱାରା ଉଚ୍ଚକୋଟୀର ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା।

ଏହି ଦୁଇ ଦିନିଆ ଭର୍ଚୁଆଲ କାର୍ଯ୍ୟକ୍ରମ ୨୭ ତାରିଖ ରବିବାର ମଧ୍ୟ ଜାରି ରହିବ। ଦ୍ୱିତୀୟ ଦିନରେ ମଧ୍ୟ ଓଡ଼ିଶାର ପାରମ୍ପରିକ ନୃତ୍ୟ, ସଙ୍ଗୀତ ପରିବେଷଣ କରାଯିବାର କାର୍ଯ୍ୟକମ ରହିଛି।

 

Comments are closed.