Latest Odisha News

କ୍ୟାମରାପର୍ସନ ମାନସ ସ୍ୱାଇଁ ହତ୍ୟା ଘଟଣା: ଦୟାଲ ଆଶ୍ରମରେ କ୍ରାଇମବ୍ରାଞ୍ଚର ତନାଘନା

ଭୁବନେଶ୍ୱର : କ୍ୟାମେରାପର୍ସନ ମାନସ ସ୍ୱାଇଁ ହତ୍ୟା ମାମଲା । ମାମଲାରେ ଆଜି ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଡିଏସପି କଳ୍ପନା ସାହୁଙ୍କ ତତ୍ତ୍ୱାବଧାନରେ ୫ଜଣିଆ ତଦନ୍ତ ଟିମ ସେଠାରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଆଜିର ତଦନ୍ତରେ ଆଶ୍ରମରେ ରହୁଥିବା କର୍ମଚାରୀ ତଥା ଆଶ୍ରମ ସହ ଜଡିତ ଥିବା ସମସ୍ତ ବ୍ୟକ୍ତିଙ୍କୁୁ ଜେରା କରିବ କ୍ରାଇମବ୍ରାଞ୍ଚ ।

ଚାନ୍ଦବାଲି ଯେଉଁଠାରୁ ମାନସଙ୍କୁ ଅପହରଣ କରାଯାଇଥିଲା ସେଠାରେ ତଦନ୍ତ କରିବା ପରେ ଆଜି ଭୁବନେଶ୍ୱର ଆଶ୍ରମରେ ତନଘନା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ତଦନ୍ତ ପରେ ହୁଏତ ରହସ୍ୟମୟ ମେମୋରୀ ଚିପ ବିଷୟରେ ଜଣାପଡିବା ସହ ଶର୍ମିଷ୍ଠାଙ୍କ ବିଷୟରେ କିଛି ଅଧିକ ତଥ୍ୟ ମଳିପାରିବ ବୋଲି କୁହାଯାଉଛି ।

ଏବେ କ୍ରାଇମବ୍ରାଞ୍ଚର ର୍ଟାଗଟରେ ଅଛନ୍ତି ଆଶ୍ରମର କେୟାରଟେକର । କାରଣ ପୂର୍ବରୁ ତାଙ୍କୁ ପଚରାଉଚୁରା କରାଯାଇଥିଲେ ବି ସେ ସଠିକ୍ ସୂଚନା ଦେଇନଥିଲେ । ବାରମ୍ବାର ନିଜ ମତ ବଦଳାଇଥିଲେ । ହେଲେ ସେ ପୂର୍ବରୁ ଘଟିଥିବା ସବୁ ଘଟଣାକୁ ଦେଖିଛନ୍ତି ଏବଂ ଜାଣିଛନ୍ତି ବୋଲି କୁହାଯାଉଛି ।

Leave A Reply

Your email address will not be published.