Latest Odisha News

BREAKING NEWS

ତପ୍ତପାଣି: ଯାହାର ତତଲା ପାଣିରେ ବୁଡ଼ ପକାଇଲେ ନିଃସନ୍ତାନ ମହିଳାଙ୍କର ମଧ୍ୟ ପୁରିଯାଏ କୋଳ!

ବ୍ରହ୍ମପୁର: ଆମ ରାଜ୍ୟ ଓଡ଼ିଶାରେ ରହିଛି ଏକରୁ ବଳିକି ଏକ ପର୍ଯ୍ୟଟନ ସ୍ଥାନ ଓ ଏହା ପଛରେ ରହିଛି ଅନେକ ପୌରାଣିକ ଲୋକକଥା । ସେହିଭଳି ଏକ ସ୍ଥାନ ହେଇଛି ବ୍ରହ୍ମପୁର ଅଞ୍ଚଳର ତପ୍ତପାଣି ।

BjdElectrycity

ଓଡ଼ିଶା ପର୍ଯ୍ୟଟନରେ ତପ୍ତପାଣିର ରହିଛି ଏକ ସ୍ବତନ୍ତ୍ର ସ୍ଥାନ । ଗଂଜାମ-ଗଜପତି ଜିଲ୍ଲା ସୀମାନ୍ତରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ପ୍ରତିଦିନ ପ୍ରାୟ ଲୋକଙ୍କ ଭିଡ ଲାଗିଥାଏ ।

ସୌନ୍ଦର୍ଯ୍ୟର ସବୁଜିମାରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଆସିଥିବା ଲୋକ ପୁଣିଥରେ ନିଶ୍ଚୟ ଆସିବାକୁ ଇଚ୍ଛା କରିବ । ଏହାର ସୌନ୍ଦର୍ଯ୍ଯ ମନ ମୁଗ୍ଧକର । ଓଡିଶାରେ ଥିବା ଏହି ପର୍ଯ୍ଯଟନ ସ୍ଥଳୀକୁ ପ୍ରତ୍ଯେକ ବର୍ଷ କାହିଁ କେତେ ଦୂରରୁ ପର୍ଯ୍ଯଟକମାନେ ଏଠାକୁ ଛୁଟି ଆସିଥାନ୍ତି।

ଏଠାରେ ରହିଛି ଉଷ୍ଣ ପ୍ରସ୍ରବଣ । ଗନ୍ଧକ ଯୁକ୍ତ ଗରମ ପାଣିରେ ଗାଧୋଇବାକୁ ଲୋକଙ୍କ ଗହଳି ଲାଗେ ଏଠାରେ । ବ୍ରହ୍ମପୁର-ରାୟଗଡା ରାଜ୍ୟ ରାଜପଥ ପାର୍ଶ୍ବରେ ପଡ଼େ ଏହି ତପ୍ତପାଣି । ଯାତାୟାତରେ କିଛି ଅସୁବିଧା ନାହିଁ । ଏଠାରେ ଗରମ ପାଣିରେ ଗାଧୋଇବାକୁ ଦୁଇ ଗୋଟି କୁଣ୍ଡ ରହିଛି । ମା’ କନ୍ଧୁଣୀ ଦେବୀ ପୂଜା ପାଉଛନ୍ତି ମୁଖ୍ୟ କୁଣ୍ଡରେ ।

ଏହି କୁଣ୍ଡରେ ନିଃସନ୍ତାନ ମହିଳା ବୁଡି ଗୁଆ ଖୋଜଥାନ୍ତି । ଅନେକଙ୍କ ବିଶ୍ବାସ ଗୁଆ ପାଇଲେ ସନ୍ତାନ ହୋଇଥାଏ । ତା ସହିତ ଏହି ଗରମ ପାଣିରେ ଗାଧୋଇଲେ ବିଭିନ୍ନ ଚର୍ମରୋଗ ଦୂର ହୋଇଥାଏ ।

ଏହା ସହିତ ଏଠାରେ ରହିଛି ଏକ ମୃଗ ବିହାର । ହରିଣ ଓ ସମ୍ବର ଆଦି ଜୀବଙ୍କୁ ଅତି ପାଖରେ ଦେଖିବାକୁ ମିଳିଥାଏ । ପ୍ରାକୃତିର ସବୁଜିମା ଏବଂ ଶାନ୍ତ ପରିବେଶ ମଧ୍ୟରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପାନ୍ଥ ନିବାସ ରହିଛି । ଦେଶ ବିଦେଶରୁ ଆସୁଥିବା ଅନେକ ପର୍ଯ୍ୟଟକ ଏଠାରେ ରହି ତପ୍ତପାଣିର ମଜା ନେବା ସହ ଏହାର ମନଲୋଭା ସୌନ୍ଦର୍ଯ୍ୟ ଉପଭୋଗ କରିଥାନ୍ତି ।

ଏହି ପାନ୍ଥ ନିବାସରେ ରହିଛି, ତିନିଗୋଟି ଲଗ୍ ହାଉସ୍,ଡିଲକ୍ସ ସୁଟ୍ । ଦୁଇ ଗୋଟି ନନ୍ ଏସି ଡବଲ୍ ବେଡ୍ ଓ ଦୁଇଟି ଏସି ଡବଲ୍ ବେଡ୍ । ଗୋଟିଏ ଚାରି ବେଡ୍ ଥିବା ଏସି ରୁମ୍ ଏବଂ ଦୁଇଟି ନନ୍ ଏସି ରୁମ୍ ରହିଛି । ପର୍ଯ୍ୟଟକ ଖାଇବା ପାଇଁ ରେଷ୍ଟୁରାଣ୍ଟର ବ୍ୟବସ୍ଥା ରହିଛି । ଯେଉଁଠି ପର୍ଯ୍ୟଟକଙ୍କ ମନ ପସନ୍ଦର ଖାଦ୍ୟ ଯୋଗାଇ ଦିଆଯାଇଥାଏ । ପାହାଡ,ଜଙ୍ଗଲ ଓ ପରିବେଶ ମଧ୍ୟରେ ଥିବା ଏହି ପର୍ଯ୍ୟଟନ ସ୍ଥଳୀରେ ସକାଳର ସୂର୍ଯ୍ୟ କିରଣର ଲୁଚକାଳି ମନଲୋଭା ହୋଇଥାଏ ।

କେମିତି ଯିବେ:

ବ୍ରହ୍ମପୁର ଠାରୁ ତପ୍ତପାଣି ଦୂରତା ୫୫ କିଲୋମିଟର । ରାଜଧାନୀ ଭୁବନେଶ୍ବର ଠାରୁ ୨୪୦ କିଲୋମିଟର ଦୂର ।

Leave A Reply

Your email address will not be published.