Latest Odisha News

BREAKING NEWS

ଗଙ୍ଗାଧର ମେହେରଙ୍କୁ ସନ୍ଥ କବି, ଭୀମ ଭୋଇଙ୍କୁ କେବଳ କବି କହି ସମ୍ବୋଧନ କଲେ ପାଣ୍ଡିଆନ

ସମ୍ବଲପୁର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ଜୋରସୋରରେ ଲାଗିପଡିଛନ୍ତି ସମସ୍ତ ଦଳ । ଏହା ମଧ୍ୟରେ ଆଜି ସମ୍ବଲପୁରରେ ଜନସଭାକୁ ସମ୍ବୋଧିତ କରିବା ବେଳେ ଏମିତି କିଛି ଭୁଲ ଭଟକା କଥା କହିଦେଲେ ବରିଷ୍ଠ ନେତା ଭିକେ ପାଣ୍ଡିଆନ ଯାହାକୁ ନେଇ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି ।

ପାଣ୍ଡିଆନ ର୍ବାଚନୀ ସଭାକୁ ସମ୍ବୋଧିତ କଲା ବେଳେ ସ୍ୱଭାବ କବି ବଦଳରେ ସନ୍ଥକବି ଗଙ୍ଗାଧର ମେହେର କହିଦେଲେ । ଆଉ ସନ୍ଥ କବି ଭୀମ ଭୋଇଙ୍କୁ କେବଳ କବି ଭୀମ ଭୋଇ କହି ସମ୍ବୋଧିତ କରିଥିଲେ । ପାଣ୍ଡିଆନ ଙ୍କ ଏହି ଭାଷଣକୁ ସମାଲୋଚନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ପାଣ୍ଡିଆନଙ୍କ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସମ୍ବଲପୁର ବିଜେଡି ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀ ଏହାକୁ ସ୍ଲିପ୍ ଅଫ୍‌ ଟଙ୍ଗ ହୋଇଥିବ ବୋଲି କହି ସଫେଇ ଦେଇଛନ୍ତି ।

Leave A Reply

Your email address will not be published.