Latest Odisha News

BREAKING NEWS

ସରକାରଙ୍କ ଠାରୁ ସାହାଯ୍ୟ ନ’ମିଳିଲେ ବନ୍ଦ ହୋଇଯିବ ଭୋଡାଫୋନ-ଆଇଡିଆ: କେ ଏମ ବିର୍ଲା

ଭୁବନେଶ୍ୱର: ଜାତୀୟଗଣମଧ୍ୟମ ସୂଚନାଅନୁସାରେ ଆଦିତ୍ୟ ବିର୍ଲା ଗୃପର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା କହିଲେ ଯେ ଯଦି ସରକାରଙ୍କ ତରଫରୁ ସାହାଯ୍ୟ ନମିଳେ ତାହାଲେ ଭୋଡାଫୋନ-ଆଇଡିଆ ବନ୍ଦ ହୋଇଯିବ |

ବିର୍ଲା ଶୁକ୍ରବାର ଦିନ ନିଜ ବକ୍ତ୍ୟବ ରେ ଏକଥା କହିଛନ୍ତି | ସେ କହିଲେ ଯେ କମ୍ପାନୀ ମାଗିଥିବା ସାହାଯ୍ୟ ଯଦି ସରକାରଙ୍କ ଠାରୁ ନମିଳେ, ତାହାଲେ ଆମେ ଆମର ଦୋକାନ ଅର୍ଥାତ ଭୋଡାଫୋନ-ଆଇଡିଆକୁ ବନ୍ଦ କରିବାକୁ ପଡିବ | ଯେତେବେଳେ ସାମ୍ବାଦିକ ପଚାରିଲେ ଯେ ଯଦି ସରକାରଙ୍କ ତରଫରୁ ରିହାତି ନାଦିଆଯାଏ ତାହାଲେ କମ୍ପାନୀ ର ରଣନୀତି କଣ ରହିବ |

ବିର୍ଲା ଭୋଡାଫୋନ ଇଣ୍ଡିଆ ଓ ଆଇଡିଆ ସେଲୁଲାର ଦ୍ୱାରା ସମିଶ୍ରଣ କମ୍ପାନୀ ଭୋଡାଫୋନ-ଆଇଡିଆ ର ଚେୟାରମ୍ୟାନ ଅଛନ୍ତି | ବିର୍ଲା ନିଜର ଏହି ବୟାନ ଦ୍ୱାରା ସଂକେତ ଦେଇଛନ୍ତି ଯେ ଯଦି ସରକାର ଙ୍କ ଦ୍ଵାରା କୌଣସି ରିହାତି ଦିଆନଯାଏ ତାହାଲେ କମ୍ପାନୀ ଦେବାଳିଆ ପ୍ରକ୍ରିୟାକୁ ଚାଲିଯିବ ଓ ସେ ଏଥିରେ ଆଉ ନିବେଶ କରିବେ ନାହିଁ |

ତାଙ୍କର ଏହି ବୟାନ ଦ୍ୱାରା ଭାରତର ତୃତୀୟ ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଭବିଷ୍ୟତ ଉପରେ କଳାବାଦଲ ଘୋଟିଯିବ | କେ ଏମ ବିର୍ଲା ଙ୍କ ଏହି ବୟାନ ଟେଲିକମ୍ ଭେଞ୍ଚର ଓଭରର୍ସିଜ ସିଇଓ ନିକ ରେଡ଼ଙ୍କ ଦ୍ଵାରା ଗତ ମାସରେ ଦେଇଥିବା ବୟାନ ପରେପରେ ଆସିଛି | ଯେଉଁଥିରେ ସେ କହିଲେ ‘ ଯଦି ତୁମକୁ କୌଣସି ସମାଧାନର ବାଟ ଦିଶୁନି, ତାହାଲେ ସ୍ଥିତି ଗମ୍ଭୀର ଅଟେ | ଏହାଦ୍ୱାରା ଲିକୁଈଡେସନ ଆଡକୁ ଗତି କରୁଛି |

ସୂଚନାଯୋଗ୍ୟ ଯେ, ଭୋଡାଫୋନ-ଆଇଡିଆ ର ଚଳିତ ବିତ୍ତ ବର୍ଷ ଦ୍ୱିତୀୟ ତ୍ରୟମାସିକରେ ଭାରତର କର୍ପୋରେଟ ଇତିହାସରେ ସବୁଠୁ ବଡ଼ କ୍ଷତି ହୋଇଥିଲା | କମ୍ପାନୀ କୁ ଏହି ତ୍ରୟମାସିକ ରେ ୫୦,୯୨୨ କୋଟି ଟଙ୍କା ର କ୍ଷତି ହୋଇଛି | ଭୋଡାଫୋନ-ଆଇଡିଆର ହେଇଥିବା ଏହି କ୍ଷତି କମ୍ପାନ ଦ୍ୱାରା ବର୍ଷ ସାରାର ରାଜସ୍ବର ର ୧୦ ଗୁଣା ସହ ସମାନ | ସୁପ୍ରିମକୋର୍ଟ ଦ୍ୱାରା ଦିଆଯାଇଥିବା AGR Verdict ରେ ଭୋଡାଫୋନ-ଆଇଡିଆ କୁ ୨୮,୩୦୦ କୋଟି ଟଙ୍କାର ବକେୟା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ |

Leave A Reply

Your email address will not be published.