Latest Odisha News

BREAKING NEWS

ଭାରତ-ୱେଷ୍ଟଇଣ୍ଡିଜ ଟି-୨୦: ଟସ୍ ଜିତି ଫିଲ୍ଡିଂ ନେଲେ ବିରାଟ କୋହଲୀ

ହାଇଦ୍ରାବାଦ: ଆଜିଠୁ ଆରମ୍ଭ ହୋଇଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ । ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏହି ଟି-୨୦ ମ୍ୟାଚରେ ଭାରତୀୟ କପ୍ତାନ ବିରାଟ କୋହଲୀ ଟସରେ ଜିତି ୱେଷ୍ଟଇଣ୍ଡିଜକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି ।

ଭାରତୀୟ ଦଳ କାରବିୟାନ ଦଳର ଟୋଟାଲ୍ ସ୍କୋରକୁ ପିଛାକରି ମ୍ୟାଚ ଜିତିବା ଲକ୍ଷ୍ୟରେ ରହିଛି ବୋଲି ଟସ୍ ଜିତି ଅଧିନାୟକ ବିରାଟ କହିଛନ୍ତି ।

ଭାରତୀୟ ଦଳ: ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ଥ, ୟୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ରବୀନ୍ଦ୍ର ଜାଡ଼େଜା, ଶିବମ ଦୁବେ, ଭୁବନେଶ୍ୱର କୁମାର ଏବଂ ଦୀପକ ଚହର ।

Leave A Reply

Your email address will not be published.