Latest Odisha News

BREAKING NEWS

କଳିଙ୍ଗ ବାଲିଯାତ୍ରା ପ୍ରସ୍ତୁତି, ସମ୍ପନ୍ନ ହେଲା ଭୂମିପୂଜନ

ପାରାଦୀପ: ଆଉ ନାହାନ୍ତି ସାଧବ କି ଆଉ ନାହିଁ ସେ ପାଲ ଟଣା ନୌକା । କିନ୍ତୁ ସେ କାଳର ରହିଯାଇଥିବା ସେହି ସ୍ମୃତିକୁ ସତେଜ କରିବା ପାଇଁ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅନୁଷ୍ଠିତ ହୋଇଥାଏ ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା । ଆଜି ପାରାଦୀପ କଳିଙ୍ଗ ବାଲିଯାତ୍ରା ପାଇଁ ଭୂମି ପୂଜନ କାର୍ଯ୍ୟ ସମ୍ପାଦନ ହୋଇଛି | ସ୍ତାନୀୟ ସମୁଦ୍ର କୂଳ ବିଜୁ ମୈଦାନରେ ଆଜି ସକାଳୁ ଏହି ଭୂମି ପୂଜନ କାର୍ଯ୍ୟ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ନିରଞ୍ଜନ ବେହୁରା କର୍ତ୍ତା ପୁରୋଧା ସାଜିଥିଲେ |

କଳିଙ୍ଗର ବୀରତ୍ୱର ଗୀତି ଗାଥା ବହନ କରୁଥିବା ଏହି ବାଲିଯାତ୍ରା ଚଳିତ ମାସ ୨୬ ତାରିଖରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇ ଡିସେମ୍ବର ୩ ତାରିଖରେ ଶେଷ ହେବ | ଚଳିତ ବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ଏହି ମଞ୍ଚରେ ନିଜର କଳା କୌଶଳ ଦେଖାଇବେ ବୋଲି ଜଣାପଡ଼ଛି | ଏହି କାର୍ଯ୍ୟକ୍ରମରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ଵାଳ, ସୁମନ୍ତ ବିଶ୍ଵାଳ ପ୍ରମୂଖ ଯୋଗଦେଇଥିଲେ |

ପରମ୍ପରା ଏବଂ ଐତିହ୍ୟ କଳା ଭାଷ୍କରର ସୁନ୍ଦର ଦର୍ଶନ ଏହି ବାଲିଯାତ୍ରାରେ ଦେଖିବାକୁ ମିଳିଥାଏ । ଆମ ରାଜ୍ୟର ସାଧବ ମାନେ ଜାଭା, ବାଲି, ସୂମାତ୍ରା ପରି ବିଦେଶରେ ନୌବାଣିଜ୍ୟ କରି ନିଜ ରାଜ୍ୟକୁ ଫେରି ଆସୁଥିଲେ ଏବଂ ରାଜ୍ୟର ଅର୍ଥନୈତିକ ବୃଦ୍ଧିରେ ବିଶେଷ ଭୂମିକା ରଖୁଥିଲେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କୁ କରିଥାଏ ମନ୍ତ୍ରମୁଗ୍ଧ । ସେଥିପାଇଁ ପାରାଦ୍ଵୀପ ବାଲିଯାତ୍ରାକୁ ଉପଭୋଗ କରିବାକୁ ଏଠାରେ ବହୁ ସଂଖ୍ୟାରେ ଜନସମାଗମ ହୁଏ । ରାଜ୍ୟ ଏବଂ ରାଜ୍ୟ ବାହାର କଳାକାରଙ୍କ କଳା ପ୍ରଦର୍ଶନୀ ସହିତ ଦେଶର ବିଭିନ୍ନ ସ୍ଥାନର ବେପାରୀ ଏଠି ନିଜର ବାଣିଜ୍ୟ କରି ଲାଭବାନ ହୋଇଥାନ୍ତି ।

 

Leave A Reply

Your email address will not be published.