ଲକ୍ଷ୍ନୌ: ଏକ ଅନନ୍ୟ ରେକର୍ଡ କରିବାକୁ ଯାଉଛି ଉତ୍ତରପ୍ରଦେଶର ବୃନ୍ଦାବନ । ସରକାରଙ୍କ ଉଦ୍ୟମରେ ୨୦୦୦ ରୁ ଅଧିକ ବିଧବା ମହିଳା ଚଳିତବର୍ଷ ହୋଲି ଖେଳି ‘ଗିନିଜ ୱାର୍ଲ୍ଡ ରେକର୍ଡ’ ସୃଷ୍ଟି କରିବେ । ଯଦିଓ ମଥୁରା – ବୃନ୍ଦାବନର ହୋଲି ବିଶ୍ୱ ପ୍ରସିଦ୍ଧ, କିନ୍ତୁ ଏଥର ଏଠାରେ ହେବାକୁ ଥିବା ହୋଲି କେବଳ ଆନନ୍ଦ ନୁହେଁ ବରଂ ସାମାଜିକ, ସାଂସ୍କୃତିକ ଏବଂ ସାମାଜିକ ପରିବର୍ତ୍ତନର ଏକ ସମ୍ମାନଜନକ ମୂହୁର୍ତ୍ତରେ ପରିଣତ ହୋଇ ବିଶ୍ୱ ରେକର୍ଡରେ ଏହାର ନାମ ପଞ୍ଜିକରଣ କରିବାକୁ ଯାଉଛି। ବିଧବାମାନଙ୍କ ଦ୍ୱାରା ଏହି ରେକର୍ଡ ସୃଷ୍ଟିକାରୀ ହୋଲି ପାଳନ ସାମାଜିକ ପରିବର୍ତ୍ତନକୁ ଏକ ଶକ୍ତିଶାଳୀ ବାର୍ତ୍ତା ପଠାଇବ ବୋଲି ଆଶା କରାଯାଉଛି। ବୃନ୍ଦାବନରେ ବିଧବାମାନଙ୍କ ହୋଲି ଖେଳିବା ଏକ ଅନନ୍ୟ ସାଂସ୍କୃତିକ ଉତ୍ସବ, କାରଣ ଦେଶର ଅଧିକାଂଶ ସ୍ଥାନରେ ହୋଲି ସମୟରେ ବିଧବାମାନଙ୍କୁ ରଙ୍ଗ ଖେଳିବାକୁ ଅନୁମତି ନାହିଁ ବୋଲି କୁହାଯାଉଛି ।
ସୂଚନା ଅନୁସାରେ, ଉତ୍ତରପ୍ରଦେଶ ସରକାରଙ୍କ ଉଦ୍ୟମରେ ୨୦୦୦ରୁ ଅଧିକ ବିଧବା ମହିଳା ଏକତ୍ର ହୋଲି ଖେଳି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି। ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ, ବୃନ୍ଦାବନ ସାମାଜିକ ସଂଗଠନର ମିଳିତ ସହଯୋଗରେ ‘ବିଧବାଙ୍କ ହୋଲି -୨୦୨୫’ଭଳି ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପାଖାପାଖି ୨୦୦୦ରୁ ଅଧିକ ମହିଳା ଚଳିତ ବର୍ଷ ରଙ୍ଗ ଖେଳି ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କରିବେ ।
ପ୍ରତିବର୍ଷ ବୃନ୍ଦାବନର ବିଭିନ୍ନ ଆଶ୍ରମର ହଜାର ହଜାର ବିଧବା ହୋଲିର ରଙ୍ଗ, ସଙ୍ଗୀତ ଏବଂ ଭକ୍ତିକୁ ଗ୍ରହଣ କରନ୍ତି। ଏହି କାର୍ଯ୍ୟକ୍ରମ ସାମାଜିକ ପରିବର୍ତ୍ତନର ପ୍ରତୀକ ଭାବରେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପାଇଛି। ଏହି ବର୍ଷ ଏହା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ ଯେଉଁଥିରେ ପାରମ୍ପରିକ ଲୋକଗୀତ, ନୃତ୍ୟ, ଭକ୍ତି ସଙ୍ଗୀତ ଏବଂ ଜୈବିକ ରଙ୍ଗ ପରିବେଷଣ କରାଯିବ। ଗିନିଜ୍ ୱାର୍ଲ୍ଡ ରେକର୍ଡର ଅଧିକାରୀମାନେ ପ୍ରମାଣପତ୍ର ପ୍ରକ୍ରିୟା ତଦାରଖ ଏବଂ ସହଜ କରିବା ପାଇଁ ଉପସ୍ଥିତ ରହିବେ।
Comments are closed.