Latest Odisha News

BREAKING NEWS

ନିଯୁକ୍ତି ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନିଯୁକ୍ତି ପ୍ରସଙ୍ଗ ନେଇ ସେ ଏହି ଚିଠି ଲେଖିଛନ୍ତି । ଆଗାମୀ ୨ ବର୍ଷ ଯାଏଁ ନିଯୁକ୍ତ ବନ୍ଦ ନିଷ୍ପତ୍ତିର ପୁର୍ନବିଜାର କରବାକୁ ସେ ଚିଠିରେ ଅନୁରୋଧ କରିଛନ୍ତି । ଏହାସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନଦେଇ ଏହାର ପ୍ରତିବଦଳରେ ଯୁବକଙ୍କୁ ସୁଯୋଗ ଦେବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଉଲ୍ଳେଖଯୋଗ୍ୟ ଯେ ଗତ ୭ ତାରିଖ ଦିନ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଗାଇଡ଼ଲାଇନ ଜାରି କରାଯାଇଥିଲା । ଆସନ୍ତା ୨ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ସରକାରୀ ପଦବୀ ସୃଷ୍ଟି ହେବନାହିଁ । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ଏହି ନିୟମ ଲାଗୁ ନ କରିବାକୁ କୁହାଯାଇଥିଲା ।

 

Leave A Reply

Your email address will not be published.