Latest Odisha News

BREAKING NEWS

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣା;  ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର ହେବ ଲାଏ ଡିଟେକସନ୍‌ ଟେଷ୍ଟ

ଭୁବନେଶ୍ୱର: ସମ୍ବଲପୁର ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ଘଟଣାରେ ପୁଲିସ ଅଟକ ରଖିଥିବା ତାଙ୍କର ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସ ଟୁଡୁଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ କରାଯିବ। ଶନିବାର ଭୁବନେଶ୍ୱର ଫୋରେନ୍‌ସିକ ଲ୍ୟାବରେ ଏହି ଟେଷ୍ଟ କରାଯିବ। ଏଥିପାଇଁ ସମ୍ବଲପୁର ପୁଲିସର ଏକ ଟିମ୍‌  ମାନସ ଓ ପ୍ରୀତିମାନଙ୍କୁ ଭୁବନେଶ୍ୱର ଆଣିଥିବା ସୂଚନା ମିଳିଛି।

ଭିଶୁଟ ଛାତ୍ରୀ ଚିନ୍ମୟୀ ସାହୁଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ବୁର୍ଲା ପୋଲିସର ୩ଟି ଟିମ୍ ତଦନ୍ତ ଜାରି ରଖିଛି । ଭୁବନେଶ୍ୱର ଆସି ଚିନ୍ମୟୀ ରହୁଥିବା ବିଜେବି ନଗରର ତାଙ୍କ ଭଡା ଘରେ ବୁର୍ଲା ପୋଲିସ ଖୋଜାଖୋଜି କରିଥିଲା। ଏଥିରେ ଭଡା ଘରୁ ଚିନ୍ମୟୀଙ୍କ ବ୍ୟାଗ, ଲାପଟପ ଓ କିଛି କାଗଜପତ୍ର ମଧ୍ୟ ଜବତ କରିଛି ପୋଲିସ।

ସୂଚନା ଥାଉକି ଗତ ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ନିଜ ସ୍ନାତକ ଡିଗ୍ରି ପ୍ରମାଣପତ୍ର ନେବା ପାଇଁ ଆସିଥିଲେ ଛାତ୍ରୀ ଚିନ୍ମୟୀ ସାହୁ। କାର୍ଯ୍ୟକ୍ରମ ସରିବା ପରେ ଚିନ୍ମୟୀ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ପାୱାର ଚ୍ୟାନେଲ୍‌କୁ ବୁଲିଯାଇଥିଲେ। ସେଠି ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଆଲୋଚନା ହେବା ପରେ ଚିନ୍ମୀୟ ପାୱାର ଚ୍ୟାନେଲ୍‌କୁ ଡେଇ ପଡ଼ିଥିଲେ। ପୁଲିସ ପାରିବାରିକ କଳହ ମୃତ୍ୟୁର କାରଣ ବୋଲି ସନ୍ଦେହ କରୁଥିବା ବେଳେ ଚିନ୍ମୟୀଙ୍କ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.