Latest Odisha News

BREAKING NEWS

ପାଣିପାଗ ଖବର: ରାଜ୍ୟରେ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା, ଦିନର ବଢ଼ିବ ତାପମାତ୍ରା

ଭୁବନେଶ୍ୱର; ରାଜ୍ୟରେ ଦିନରେ ତାପାମାତ୍ରା ବଢ଼ୁଥିବା ବେଶେ ସକାଳୁ କିନ୍ତୁ ଅନେକ ଜିଲ୍ଲାରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଶୁକ୍ରବାର ସକାଳୁ କଟକ ଓ ଭୁବନେଶ୍ୱରରେ କୁହୁଡ଼ି ଦେଖିବାକୁ ମିଳିଥିଲା। ଦିନରେ ଟାଣ ଖରା ଯୋଗୁ ଶୁକ୍ରାବାର ଭୁବନେଶ୍ୱରରେ ଦିନ ୧୧ଟା ସୁଦ୍ଧା ୩୬ଡିଗ୍ରି ହୋଇଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଦିନରେ ତାପମାତ୍ର ୨ରୁ ୩ ଡିଗ୍ରି ଅଧିକ ରହି ବୋଲି ଭୁବେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ କେତେକ ଜିଲ୍ଲାରେ ରାତିରେ ଜଳବାୟୁ ସାମାନ୍ୟ ଥଣ୍ଡା ରହୁଥିବା ବେଳେ ଏବେ ତାତିରୁ ନିସ୍ତାର ମିଳିପାରେ। କିଛି ଜିଲ୍ଲାରେ ଆସନ୍ତା ୭ ତାରିଖରେ ହାଲୁକା ବର୍ଷ ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା- ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ମୟୂରଭଞ୍ଜ, ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରି ମଧ୍ୟରେ ରହିବ ପାଣି ପାଗ ବିଭାଗ କହିଛି।

Leave A Reply

Your email address will not be published.