Latest Odisha News

BREAKING NEWS

‘ମୋତେ ଡାକ ନାହିଁ ଅଙ୍କଲ’, ଏଭଳି କାହିଁକି କହିଲେ ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବେ ତାଙ୍କ ଫିଲ୍ମ ‘ତୁ ଝୁଠି ମେ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଆଉ ଏଥିପାଇଁ ସେ ଅଲଗା ଅଲଗା ସହର ସହ ବିଭିନ୍ନ ଇଭେଣ୍ଟସରେ ଯୋଗ ଦେଉଛନ୍ତି । ତେବେ ନିକଟରେ ସେ ଇଣ୍ଡିଆନ ଆଇଡ଼ଲ ସିଜିନ-୧୩ ସୋ’ରେ ପହଞ୍ଚିଥିଲେ। ତେବେ ଏଠାରେ ଜଣେ ପ୍ରତିଯୋଗୀ ରଣବୀରଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିଥିଲେ । ଯାହାକୁ ନେଇ ରଣବୀର ଏଭଳି ଉତ୍ତର ଦେଇଥିଲେ ଯେ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ବାସ୍ତବରେ ସୋ’ର ଏକ କ୍ଲିପ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ଜଣେ ପ୍ରତିଯୋଗୀ ରଣବୀରଙ୍କୁ ଅଙ୍କଲ ବୋଲି ସମ୍ବୋଧନ କରିଥିଲେ । ଆଉ ରଣବୀର କହିଥିଲେ ଯେ, ‘ମୋତେ ଦୟାକରି ଅଙ୍କଲ ବୋଲି ଡାକନାହିଁ’ । ଏହାପରେ ପ୍ରତିଯୋଗୀ ଜଣକ ପଚାରିଥିଲେ ଯେ, ‘ତେବେ ଆପଣଙ୍କୁ କଣ କହି ଡାକିବି’? ଏହାର ଉତ୍ତରରେ ରଣବୀର କହିଥିଲେ ଯେ, ‘ତୁମେ ମୋତେ ଆରକେ କହି ଡାକିପାରିବ’ । ଯାହାକୁ ନେଇ ସମସ୍ତେ ହସିଉଠିଥିଲେ । ଉଲ୍ଲେଖ ଥାଉ କି ‘ତୁ ଝୁଠି ମେ ମକ୍କାର’ରେ ରଣବୀର ଶ୍ରଦ୍ଧାଙ୍କ ସହ ଅଭିନୟ କରୁଥିବାର ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଲବ ରଞ୍ଜନ ଦେଇଥିବାବେଳେ ଆସନ୍ତା ମାର୍ଚ୍ଚ ୮ରେ ଏହି ଫିଲ୍ମ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.