Latest Odisha News

BREAKING NEWS

ଭିଡି ୧୮ର ଶୁଟିଂରେ ବରୁଣଙ୍କ ସହ ଯୋଗ ଦେଲେ ଭାମିକା

ମୁମ୍ବାଇ: ଯବାନ ଫିଲ୍ମର ସଫଳତା ପରେ ଅଟଲୀଙ୍କ ଆଗାମୀ ଫିଲ୍ମ ଉପରେ ଏବେ ସମସ୍ତଙ୍କ ନଜର ରହିଛି । ଅଟଲୀ ଭିଡି୧୮(ସାଙ୍କେତିକ ନାମ) ନାମକ ଫିଲ୍ମରେ ବରୁଣ ଧାୱନ ଶୁଟିଂ ଆରମ୍ଭ କରିଛନ୍ତି । ଏଥିରେ ତାଙ୍କ ସହ ଅଭିନେତ୍ରର ଭାମିକା ଗବି ମଧ୍ୟ ଯୋଗ ଦେଇଛନ୍ତି । ତାମିଲର ଲୋକପ୍ରିୟ ନିର୍ଦ୍ଦେଶକ କଲୀସ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । ବରୁଣ ଓ କୀର୍ତି ସୁରେଶଙ୍କ ପରି କଳାକାରଙ୍କ ସହ ଅଭିନୟ କରିବା ମୋ ପାଇଁ ସୌଭାଗ୍ୟର ବିଷୟ ବୋଲି ଭାମିକା କହିଛନ୍ତି । ୨୦୨୩ ମୋ ପାଇଁ ଭଲ ଥିଲା ଆଶା କରୁଛି ୨୪ ମଧ୍ୟ ଏହାଠାରୁ ଉତମ ହେବ ବୋଲି ସେ କହିଛନ୍ତି ।

ଅଟଲୀ ସାର ଏହାର ନିର୍ଦ୍ଦେଶକ ହୋଇ ନ ଥିଲେ ମଧ୍ୟ ସେ ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି । ବରୁଣ ମଧ୍ୟ ଏହି ଫିଲ୍ମର ସଫଳତା ନେଇ ବେଶ ଆଶାୟୀ ଅଛନ୍ତି । ଅଟଲର ସାରଙ୍କ ଟ୍ରେଡମାର୍କ ହେଉଛି ହିଟ ଫିଲ୍ମ । ଭିଡି୧୮ ଏଥିରୁ କିପରି ବାଦ ପଡିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.