Latest Odisha News

BREAKING NEWS

ପିହୁ ନିଖୋଜ ଘଟଣାର ତଦନ୍ତ ନେଇ ମିଳିଲା ପ୍ରତିଶୃତି, ଆମରଣ ଅନଶନରୁ ଓହରିଲେ ମୋନାଲିସା

ଯାଜପୁର: ଆମରଣ ଅନଶନରୁ ଓହରିଲେ ପିହୁର ମା ମୋନାଲିସା ନାୟକ । ନିଖୋଜ ପିହୁକୁ ଖୋଜିବାରେ  ଜିଲ୍ଲା ପୋଲିସ ସହ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନଥିବା ଅଭିଯୋଗ କରି ଗତ କାଲି ଠାରୁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଥିଲେ ମୋନାଲିସା । ତେବେ ଘଟଣାର ତଦନ୍ତ ନେଇ ପ୍ରତିଶୃତି ମିଳିବା ପରେ ଏବେ ଧାରଣରୁ ଉଠିଛନ୍ତି ମୋନାଲିସା ନାୟକ ।

ଗତକାଲିଠୁ ଧାରଣାରେ ବସିଥିବା ପିହୁର ମା’ ମୋନାଲିସା ନାୟକଙ୍କ ଧାରଣାର ଆଜିଥିଲା ଦ୍ଵିତୀୟ ଦିନ । ଆଜି ଦ୍ବୀତିୟ ଦିନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲପାଳ ନବକୃଷ୍ଣ ଜେନା, ଯାଜପୁର ଏସଡିପିଓ ସତ୍ୟବ୍ରତ ଲେଙ୍କା  ଓ ଆଇଆଇସି ବିଲ୍ବମଙ୍ଗଳ ସେଠି ପିହୁର ମା’ ସହ ଆଲେଚନା କରିଥିଲେ । ପିହୁ ଖୋଜିବା ଲାଗି ପୋଲିସ  ପୁର୍ବରୁ  ପଦକ୍ଷେପ ନେଇଥିବା ବେଳେ ବର୍ତମାନ ତାଙ୍କୁ ସହଯୋଗ କରୁନଥିବାରୁ ମାମଲା ବୁଝୁଥିବା ବିଝାଂରପୁର ଥାନା ଅଧିକାରୀ ଓ ତଦନ୍ତ ଅଧିକାରୀଙ୍କ ଅବହେଳା ବିରୁଦ୍ଦରେ  ରାଜ୍ୟ ସରକାରଙ୍କୁ ଜଣାଯିବା ସହ ପିହୁ ପରିବାରକୁ ସମସ୍ତ ସହାୟତା କରାଯିବ ବୋଲି ପ୍ରତିଶୃତି ମିଳିବା ପରେ ଧାରଣା ଭଙ୍ଗ କରିଥିବା କହିଛନ୍ତି ପିହୁର ମା’ ମୋନାଲିସା ନାୟକ ।

ସୂଚନାଯୋଗ୍ୟ ଯେ, ଆଜିକୁ ପ୍ରାୟ ତିନି ବର୍ଷ ପୂର୍ବେ ୨୦୨୦ ଅଗଷ୍ଟ ୯ ତାରିଖ ଅପରାହ୍ନ ସମୟରେ ଯାଜପୁର ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ମୋନାଲିସା ନାୟକଙ୍କ ଅଢେଇ ବର୍ଷର ଝିଅ ପିହୁ ନିଖୋଜ ଘଟଣାରେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବିଞ୍ଝାରପୁର ଥାନା ଅଧିକାରୀ ଘଟଣାର ୬ ଦିନ ପରେ ମାମଲା ରୁଜୁ କରି ଚୁପ ହୋଇ ବସି ଯାଇଥିଲେ I

ଏହାପରେ ଦୀର୍ଘ ୪ ମାସ ପରେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୋଲିସ । ପିହୁକୁ ଖୋଜି ପାଇବାରେ ପୋଲିସ ବିଫଳ ହୋଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗତକାଲି ଅମରଣ ଅନଶନରେ ବସିଥିଲେ ପିହୁର ମା’ ।

 

 

 

Leave A Reply

Your email address will not be published.