Latest Odisha News

BREAKING NEWS

ଫୁଲୁଛି ଜଳକା ନଦୀ: ବିପଦ ସଙ୍କେତ ଟପିବା ପରେ ବିଭିନ୍ନ ସ୍ଥାନରେ ବନ୍ୟା

ବାଲେଶ୍ୱର: ଫୁଲୁଛି ଜାଲକା ନଦୀ । ଲଗାଣ ବର୍ଷା ପାଇଁ ବିପଦ ସଙ୍କେତ ଉପରେ ରହିଛି ଜଳକା ନଦୀର ଜଳ ସ୍ତର। ମୟୂରଭଞ୍ଜ ଜିଲ୍ଲା ଜଳକା ନଦୀର ଉପର ମୁଣ୍ଡରେ ଥିବା ମୋରଡା, ରାସଗୋବିନ୍ଦପୁର ଏବଂ ସୁଳିଆପଦା ଆଦି ସ୍ଥାନରେ ଗତ ଦୁଇ ଦିନ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା । ଫଳସ୍ୱରୂପ, ବାଲେଶ୍ୱର ଜିଲ୍ଲାର ବସ୍ତା ଅଞ୍ଚଳ ଦେଇ ଯାଇଥିବା ଜଳକା ନଦୀ ବର୍ତ୍ତମାନ ବିପଦ ସଙ୍କେତଠାରୁ ଅଧିକ ପ୍ରବାହିତ ହେଉଛି।

ଏହି ନଦୀ ମଥାନିରେ ବିପଦ ସଙ୍କେତ ଅତିକ୍ରମ କରିଛି। ମଥାନିରେ ବିପଦ ସଙ୍କେତ ୫.୫ ମିଟର ହୋଇଥିବାବେଳେ ଆଜି ସକାଳ ୮ ଟାରେ ନଦୀ ୬.୨୮ ମିଟର ପ୍ରବାହିତ ହେଉଛି। ଆସନ୍ତା କିଛି ଦିନ ଧରି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏପରି ସ୍ଥିତିରେ ଜଳ ସ୍ତର ଆହୁରି ବୃଦ୍ଧି ପାଇବ ଜଣାପଡିଛି। ଯଦି ଜଳ ସ୍ତର ୬.୭୦ ଅତିକ୍ରମ କରିବ ତେବେ ଏହି ଅଞ୍ଚଳରେ ବନ୍ୟା ହେବାର ଆଶଙ୍କା ରହିଛି।

ଯଦି ବନ୍ୟା ପରିସ୍ଥିତି ଉପୁଜେ ତେବେ ବସ୍ତା ବ୍ଲକ-ମଥାନି, ବାହାର୍ଦ୍ଦା, ଦୁଧହଂସା, ସଦାନନ୍ଦପୁର, ବରୁଣଗଡିଆ ଆଦି ସାତଟି ପଞ୍ଚାୟତ ପ୍ରଭାବିତ ହେବ ଏବଂ ସଦର ବ୍ଲକର ଦୁଇଟି ପଞ୍ଚାୟତ ପ୍ରଭାବିତ ହେବ।

ଜଳ ସମ୍ପଦ ବିଭାଗ ଦୁର୍ବଳ ନଦୀ ବନ୍ଧ ନିକଟରେ ବାଲି ଭର୍ତ୍ତି ବ୍ୟାଗ ପକାଇଛି। ଏହା ବ୍ୟତୀତ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।

Leave A Reply

Your email address will not be published.