Latest Odisha News

BREAKING NEWS

ଅଣ୍ଟାରେ ଯନ୍ତ୍ରଣା ଅନୁଭବ କରୁଛନ୍ତି କି ? ଆପଣାନ୍ତୁ ଏହି ଉପାୟ….

ବର୍ତ୍ତମାନ ଅଣ୍ଟା ଯନ୍ତ୍ରଣା ସମସ୍ୟା ମୁଣ୍ଡ ବିନ୍ଧାର କାରଣ ସାଜିଛି । ଏହି ସମସ୍ୟା ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କଠାରେ ଦେଖାଯାଇଥାଏ। ଘରେ ଘରେ ଏହି ଛୋଟ ସମସ୍ୟା ସମସ୍ତଙ୍କ ଚିନ୍ତାର କାରଣ । ଏଥିପାଇଁ ଆପଣଙ୍କ ଖାଦ୍ୟପେୟରେ କିଛିଟା ପରିବର୍ତ୍ତନ କରିବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷକୁ ନିଜ ଖାଦ୍ୟରେ ସାମିଲ୍‌ କରି ପିଠି ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ମିଳିପାରିବ ।

ଅଣ୍ଡା ସ୍ୱାସ୍ଥ୍ୟପାଇଁ ଖୁବ୍‌ ଉପକାରୀ । ଅଣ୍ଡାରେ ଭରପୂର ପରିମାଣରେ ରହିଛି ଭିଟାମିନ୍‌-ଡି ଓ କ୍ୟାଲସିୟମ । ଯଦି ଆପଣଙ୍କ ପିଠିରେ ଯନ୍ତ୍ରଣା ହେଉଛି ତେବେ ଆପଣଙ୍କ ଖାଦ୍ୟରେ ଅଣ୍ଡା ସାମିଲ୍‌ କରନ୍ତୁ ଏହା ଦ୍ୱାରା ପିଠି ଯନ୍ତ୍ରଣା ଦୂର କରିବାରେ ସାହାଯ୍ୟ କରିଥାଏ ।

ହଳଦୀରେ ରହିଛି ଔଷଧିୟ ଗୁଣ । ଆମେ ବିଭିନ୍ନ ତରକାରୀରେ ବ୍ୟବହୃତ କରିଥାଉ ହଳଦୀ । ହଳଦୀ ମଧ୍ୟ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ପିଠି ଯନ୍ତ୍ରଣାରୁ ଉପଶମ ମିଳିଥାଏ  ।

ପିଠି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଦା ମଧ୍ୟ ବେଶ୍‌ ପ୍ରଭାବଶାଳୀ  । ଏଥିରେ ଉପସ୍ଥିତ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ଏଥିପାଇଁ ଆପଣ ୨ ଚାମଚ ଅଦା ରସରେ ୧ ଚାମଚ ମହୁ ମିଶାଇ ଏହାକୁ ଖାଇପାରିବେ।

ହାଡକୁ ସୁସ୍ଥ ରଖିବା ପାଇଁ ସବୁଜ ପନିପରିବା ଖାଇବା ଉଚିତ୍ । ସବୁଜ ପନିପରିବାରେ ଭିଟାମିନ୍ କେ, କ୍ୟାଲସିୟମ୍, ଆଇରନ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଛି । ଯାହା ପିଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

 

 

 

Leave A Reply

Your email address will not be published.