Latest Odisha News

BREAKING NEWS

ବାପାଙ୍କ ମୃତ୍ୟୁକୁ ନେଇ ନ ହେଉ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ: ଦିପାଳୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ବୋଲ କହିଛନ୍ତି ନବଙ୍କ ଝିଅ ଦିପାଳୀ ଦାସ ।

ଦିପାଳୀ କହିଛନ୍ତି, ବାପାଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଜଣେ ପିତାଙ୍କ ଭଳି ଆମ ପରିବାର ସହ ଛିଡ଼ା ହୋଇଛନ୍ତି । ଆମ ମୁଣ୍ଡ ଉପରେ ଆଶୀର୍ବାଦର ଛାୟା ଦେଇଛନ୍ତି । ସେଥିପାଇଁ ଆମ ପରିବାର ସବୁବେଳେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ ରହିବୁ ।

ଜଣେ ଭଲ ବିଚାରପତିଙ୍କ ତଦାରଖରେ ବାପାଙ୍କୁ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ମୁଁ ଓ ମୋର ପରିବାରର ଆଶା ଓ ଭରସା ରହିଛି ମୁଖ୍ୟମନ୍ତ୍ରୀଙ୍କ ଉପରେ, ଆମକୁ ନ୍ୟାୟ ମିଳିବ । ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ ବୋଲି ସମସ୍ତଙ୍କୁ ହାତ ଯୋଡ଼ିଛନ୍ତି ଦିପାଳୀ ଦାସ ।

ତଦନ୍ତ ନ ସରିବା ଯାଏ କିଛି ହେବ ନାହିଁ । ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଯାହା କହିବେ ବୋଲି କହିଛନ୍ତି ଦିପାଳୀ । ଗତ ୨୯ ତାରିଖରେ ବ୍ରଜରାଜନଗରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଏଏସ୍ଆଇ ଗୋପାଳ ଦାସ ଅତି ନିକଟରୁ ଗୁଳି କରିଥିଲା ।

Leave A Reply

Your email address will not be published.