Latest Odisha News

ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ କବିତା ପାଠ ଉତ୍ସବ ‘ମଧୁ ମହୋତ୍ସବ’

ଭୁବନେଶ୍ବର : ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରିଏଟିଭ୍ ରାଇଟିଂ କ୍ଲବ ପକ୍ଷରୁ ‘ମଧୁ ମହୋତ୍ସବ’ ଶୀର୍ଷକରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବ୍ରଜ ସୁନ୍ଦର ମିଶ୍ର ଏବଂ ନିର୍ଝରିଣୀ ତ୍ରିପାଠୀଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ମିତାଲି ଚିନାରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗଢା ହୋଇଥିବା ‘କ୍ରିଏଟିଭ୍ ରାଇଟିଂ କ୍ଲବ’ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶରେ ସହାୟକ ହୋଇପାରିବ ଏବଂ ସେମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ଏହା ଏକ ମଞ୍ଚ ଭାବେ ବିବେଚିତ ହେବ ବୋଲି କହିଥିଲେ।

ଏହା ସହ ଡିବେଟିଂ କ୍ଲବ, କଲଚରାଲ କ୍ଲବ, ଇକୋ କ୍ଲବ ଏବଂ ପେଣ୍ଟିଂ କ୍ଲବ ଆଦି ଅନ୍ୟ କ୍ଲବମାନଙ୍କରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଅଂଶଗ୍ରହଣ ବେଶ୍ ଉତ୍ସାହଜନକ ଏବଂ ଏସବୁ ବିଶ୍ୱବିଦ୍ୟାଳୟରେ ଗଠନମୂଳକ ଭାବରେ ଏକ ସୃଜନାତ୍ମକ ବାତାବରଣ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ। ଏହି ଉତ୍ସବରେ ବହୁ ଛାତ୍ରଛାତ୍ରୀ ଓଡ଼ିଆ, ଇଂରାଜୀ, ହିନ୍ଦୀ ଏବଂ ସଂସ୍କୃତ ଏହି ଚାରୋଟି ଭାଷାରେ ସ୍ୱରଚିତ କବିତା ପାଠ କରିଥିଲେ।

Leave A Reply

Your email address will not be published.