Latest Odisha News

BREAKING NEWS

ଆଗାମୀ ୩ ଘଣ୍ଟାରେ ୭ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର:ଆଗାମୀ ୩ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ବୌଦ୍ଧ, ନୟାଗଡ, ଗଞ୍ଜାମ ବର୍ଷା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାର ଘଡଘଡି, ବିଜୁଳି ସହର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ସତର୍କ ସୂଚନା ଦେଇଛି । ଏଥିସହିତ ୪୦ରୁ ୫୦ କିମି ବେଗରେ ମଧ୍ୟ ପବନ ବହିବାର ସମ୍ଭାବନା ରହିଛି । ତେଣୁ ପାଣିପାଗ ଉପରେ ନଜର ରଖି ସୁରକ୍ଷିତ ସ୍ଥାନରେ ରହିବା ପାଇଁ ଚେତାଇ ଦେଇଛି ପାଣିପାଗ ବିଭାଗ ।

ରାଜ୍ୟରେ  ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ଘଡ଼ଘଡ଼ି ଲାଗି ରହିଛି।  ଆସନ୍ତା ୨୪ ଘଣ୍ଟା ପାଇଁ ମଧ୍ୟ ଏହାର ପ୍ରଭାବ ରହିଛି । ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଏହାବ୍ୟତୀତ ଦକ୍ଷିଣ ଉପକୂଳ ଜିଲ୍ଲା କନ୍ଧମାଳ, ବୌଦ୍ଧ, ସୋନପୁର, ନୂଆପଡା, ବଲାଙ୍ଗୀରରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।

ପାଣିପାଗ ବିଭାଗରୁ  ମିଳିଥିବା ତଥ୍ୟ ଅନୁଯାୟୀ,  ଆସନ୍ତା ୨୪ ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଏହି ୧୫ଟି ଜିଲ୍ଲା ହେଉଛି, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ଅନୁଗୁଳ ଏବଂ କନ୍ଧମାଳ । ଏହି ସବୁ ଜିଲ୍ଲାକୁ ଘଡଘଡି, ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏଥସହି ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏଥିସହିତ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସମ୍ବଲପୁର, ସୁନ୍ଦରଗଡ, ବରଗଡ, ଦେଓଗଡ, ନୂଆପଡା ଏବଂ ଝାରସୁଗୁଡା ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ  ଘଡଘଡି, ବିଜୁଳି ସହ ବର୍ଷା ସମ୍ଭାବନା ରହିଥିବା କହିଛି ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ।

 

 

Leave A Reply

Your email address will not be published.