Latest Odisha News

BREAKING NEWS

ରାମନବମୀ ପୂଜା ବେଳେ ଧସିଗଲା କୂଅର ଛାତ, ଗଳିପଡିଲେ ୫୦ ଶ୍ରଦ୍ଧାଳୁ

ଇନ୍ଦୋର: ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶ ଇନ୍ଦୋରଠାରେ । ଏକ କୂଅକାନ୍ଥରେ ବସି ରାମନବମୀ ଦେଖୁଥିଲାବେଳେ ଧସିଗଲା ଛାତ । ୫୦ରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ କୂଅ ଭିତରେ ଗଳି ପଡିଥିଲେ । ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାମ କରୁଛନ୍ତି । ପ୍ରାୟ ୧୦ ଜଣଙ୍କୁ କୂଅରୁ ଉଦ୍ଧାର କରାଯାଇଛି ।

ପଟେଲ ନଗର ନିକଟରେ ରହିଛି ବେଲେଶ୍ୱର ମହାଦେବଙ୍କ ଝୁଲେଲାଲ ମନ୍ଦିର   । ଏହି ମନ୍ଦିର ନିଟକରେ ରହିଛି ଏକ ବଡ କୂଅ  । ଏହି କୂଅ ଉପରେ ଚଢି ଭକ୍ତମାନେ ଶ୍ରୀରାମଙ୍କ ଦର୍ଶନ କରୁଥିବା ବେଳେ କୁଅର କାନ୍ଥ ଭାଙ୍ଗି ଯାଇଥିଲା  । ଫଳରେ ୫୦ରୁ ଅଧିକ ଭକ୍ତ କୁଅ ଭିତରକୁ ଗଳିପଡିଥିଲେ ।   ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବାହିନୀ ଉଦ୍ଧାର କାମ କରୁଛି । ଆହତଙ୍କୁ ସ୍ଥାନୀୟ ଆପଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ମନ୍ଦିରରେ ଯଜ୍ଞ ଚାଲିଥିଲା ଏବଂ କନ୍ୟା ପୂଜା ବି ହେଉଥିଲା । ଯଜ୍ଞ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ଲୋକେ ଏହି କୂଅ ଉପରେ ବସି ଯଜ୍ଞ ଦେଖୁଥିଲେ । ଓଜନ ବଢି ଯିବାରୁ କୂଅର ଛାତ ଭୁଶୁଡି ପଡିଥିଲା । ଲୋକେ କିଛି ଭାବିବା ପୂର୍ବାରୁ କୂଅ ଭିତରେ ଗଳି ପଡିଥିଲେ । ଗଳି ପଡିଥିବା ଶ୍ରଦ୍ଧାଳୁଙ୍କ ଭିତରେ ଛୋଟ ଝିଅ ବି ଅଛନ୍ତି । ତେବେ କୂଅରେ ପଡିଥିବା ବ୍ୟକ୍ତିଙ୍କ ଅବସ୍ଥା କିପରି ଅଛି ତାହା ଜଣା ପଡିନାହିଁ ।

ମନ୍ଦିର ନିକଟରେ ରହୁଥିବା ଲୋକଙ୍କ କହିବା ଅନୁଯାୟୀ, ଏହି କୂଅ ବେଆଇନ ଭାବେ ଏଠାରେ ତିଆରି କରାଯାଇଛି । ଏ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ନିଆଯାଇ ନାହିଁ ।

Leave A Reply

Your email address will not be published.