Latest Odisha News

BREAKING NEWS

ପାଣିପାଗରେ ପରିବର୍ତ୍ତନ; ଆସନ୍ତା ୭ ଓ ୮ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷିବ

ଭୁବନେଶ୍ବର: ମାର୍ଚ୍ଚ ମାସ ଆରମ୍ଭରୁ କେତେକ ଅଞ୍ଚଳରେ ଅସହ୍ୟ ତାତିରୁ ମୁକ୍ତି ମିଳିଛି । ଖରାର ପ୍ରକୋପ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

BjdElectrycity

ବିଶେଷ କରି ଉପକୂଳ ଓ ଆଭ୍ୟନ୍ତର ଓଡିଶାର କିଛି କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା ଥିବାରୁ ଦିନର ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଓ ଆସନ୍ତାକାଲି ପାଗ ଶୁଖିଲା ରହିବ ।

ତେବେ ଆସନ୍ତା ୭ ଓ ୮ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ଏପରିକି ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଣିପାଗରେ ସେତେଟା ପରିବର୍ତ୍ତନ ହେବ ନାହିଁ ଖରାର ପ୍ରକୋପ କମ ରହିବ ବୋଲି ଆକଳନ କରାଯାଇଛି ।

ଗତ 24 ଘଣ୍ଟା ମଧ୍ୟରେ ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଅପରପକ୍ଷରେ ମୟୂରଭଞ୍ଜର ମୋରଦାରେ ୧୫ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ, କେନ୍ଦୁଝରର ଚମ୍ପୁଆରେ ସର୍ବାଧିକ ୪.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ସୂଚନା ଦେଇଛି ପାଣିକେନ୍ଦ୍ର ।

ସେହିପରି ଗତକାଲି 37 ଡିଗ୍ରୀ ସେଲସିୟସ ସହ ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ।

Leave A Reply

Your email address will not be published.