Latest Odisha News

BREAKING NEWS

ଭୋଟର ବରକୁ ଗଣତନ୍ତ୍ର କନିଆଁ, ମେ ୧୩ରେ ଶୁଭ ବିବାହ

ପୁନେ: ଦେଖିବାକୁ ଗଲେ ବିବାହ ଋତୁ ଶେଷ ହୋଇସାରିଛି । କିନ୍ତୁ ଏବେ ବି କିଛି ସ୍ଥାନରେ ବିବାହ କାର୍ଯ୍ୟ କରାଯାଇଛି । ସେପଟେ ଏବେ ଚାରିଆଡେ ଲୋକସଭା ନିର୍ବାଚନର ମାହୋଲ । ଚାରିଆଡେ ନିର୍ବାଚନୀ ପ୍ରଚାର ସହ ରାଲି ହେବାର ଦେଖିବାକୁ ମିଳୁଛି । ଏଭଳି ପରିସ୍ଥିତିରେ ବିବାହ ଏବଂ ନିର୍ବାଚନର ମିଳନ ହେବା ଅନିବାର୍ଯ୍ୟ ।

ଏହାରି ଭିତରେ ଏକ ସହରରେ ନିର୍ବାଚନ ଏବଂ ବିବାହର ଏକ ଏପରି ମିଳନ ଦେଖିବାକୁ ମିଳିଛି ଯାହାକୁ ଦେଖି ଲୋକେ ମଧ୍ୟ ଚକିତ ହୋଇଯାଇଛନ୍ତି । ଏକ ବିରାଟ ବଡ ବିବାହ ନିମନ୍ତ୍ରଣ କାର୍ଡର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଡଟି ଏତେ ବଡ ଯେ ଏହାକୁ ନେବା ପାଇଁ ଏକ ଟ୍ରକର ଆବଶ୍ୟକ ମଧ୍ୟ ପଡିଛି । କେବଳ ସେତିକି ନୁହେଁ ଏହି ନିମନ୍ତ୍ରଣ କାର୍ଡରେ ଏପରି କତା ଲେଖାହୋଇଛି ଯେ ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୋସିଆଲ ମିଡିଆରେ ଏହି କାର୍ଡର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ପୁଣେ ସହରର @ r/unitedstatesofindia ନାମକ ଏକ ଗ୍ରୁପ୍‌ରେ ଏହି ବିବାହ କାର୍ଡ ଭାଇରାଲ ହେଉଛି । ଏହି କାର୍ଡରେ ବର କନ୍ୟାଙ୍କ ନାମ ତ ଲେଖାଯାଇଛି କିନ୍ତୁ ଅଲଗା ଢଙ୍ଗରେ । ଏହି କାର୍ଡରେ କୌଣସି ମଣିଷର ନୁହେଁ ବରଂ ବରର ନାମ ଯାଗାରେ ଭୋଟର ଏବଂ କନ୍ୟାର ନାମ ଯାଗାରେ ଗଣତନ୍ତ୍ର ଲେଖାଯାଇଛି । ତେବେ ବର୍ତ୍ତମାନ ତ ଆପଣ ମାନେ ବୁଝି ସାରିଥିବେ ଯେ ଏହି ନିମନ୍ତ୍ରଣ କାର୍ଡ ଭୋଟର୍ ମାନଙ୍କୁ ଜାଗୃତ କରିବା ପାଇଁ ପ୍ରସ୍ତୁତ କରାଯାଇଛି ।

ଏହି କାର୍ଡକୁ ଏକ ଟ୍ରକରେ ରଖି ରାସ୍ତାରେ ବୁଲାଇ ଲୋକମାନଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ଜାଗୃତ କରାଯାଇଛି । ଏହି ଫଟୋ ମହାରାଷ୍ଟ୍ର ପୁନେ ସହରର । ଏହା ଏକ ଆକାର ଏକ ହୋର୍ଡିଂ ପରି । ଏହି ବିବାହ ମେ’ ୧୩ ତାରିଖ ସକାଳ ୭ ରୁ ୫ଟା ପର୍ଯ୍ୟନ୍ତ ହେବ ବୋଲି ଏହି କାର୍ଡରେ ଲେଖାଯାଇଛି । ଏହା ବ୍ୟତୀତ ବିବାହର ସ୍ଥାନ ମଧ୍ୟ ସେଥିରେ ଲେଖାଯାଇଛି । ବିବାହର ସ୍ଥାନ ନିକଟସ୍ଥ ମତଦାନ କେନ୍ଦ୍ର ରହିଛି । ଏହିପରି ଅନନ୍ୟ ବିବାହ କାର୍ଡ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Leave A Reply

Your email address will not be published.