Latest Odisha News

BREAKING NEWS

ପ୍ରତିବର୍ଷ ଏପ୍ରିଲ ୧୫କୁ ବଙ୍ଗଳା ଦିବସ ଭାବେ ପାଳନ କରାଯିବା ନେଇ ବିଧାନସଭାରେ ପ୍ରସ୍ତାବ ପାରିତ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାରେ ଆଜି ବଙ୍ଗଳା ଦିବସ ସମ୍ପର୍କରେ ଏକ ପ୍ରସ୍ତାବ ପାରିତ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ପ୍ରତିବର୍ଷ ଏପ୍ରିଲ ୧୫ରେ ବଙ୍ଗଳା ଦିବସ ବା ପହିଲା ବୈଶାଖ (ବଙ୍ଗାଳୀ ନବବର୍ଷ) ଭାବେ ପାଳନ କରାଯିବ।

ଏହି ସମୟରେ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ରବୀନ୍ଦ୍ରନାଥ ଟାଗୋରଙ୍କ ଗୀତ ‘ବାଂଲାର୍ ମାଟି, ବାଂଲାର୍ ଜଲ୍’ କୁ ବଙ୍ଗଳାର ରାଜ୍ୟ ଗୀତ ରୂପେ ଗାନ କରାଯିବା ନେଇ ପ୍ରସ୍ତାବକୁ ସେ ସମର୍ଥନ କରିଛନ୍ତି। ବିଧାନସଭାର ନିଷ୍ପତ୍ତିକୁ ଅନୁମୋଦନ କରିବାରେ ବିଳମ୍ବ ହେବାରୁ ରାଜ ଭବନ ପକ୍ଷରୁ ସେ କହିଛନ୍ତି, ‘ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କର ଅଧିକ କ୍ଷମତା ଅଛି ନା ଲୋକଙ୍କ ପାଖରେ ଅଧିକ ଶକ୍ତି ଅଛି, ତାହା ଆମେ ଦେଖିବାକୁ ଚାହୁଁ।’

ସୂଚନା ଥାଉକି, ଏହି ପ୍ରସ୍ତାବରେ ପଶ୍ଚିମବଙ୍ଗର ୨୯୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୬୭ ସଦସ୍ୟ ଏହାର ସପକ୍ଷରେ ମତ ଦେଇଛନ୍ତି ଏବଂ ସଂକଳ୍ପ ପାରିତ କରିଛନ୍ତି। ଅନ୍ୟପଟେ ୬୨ ବିଜେପି ବିଧାୟକ ଜୁନ ୨୦କୁ ବଙ୍ଗଳା ଦିବସ ଭାବରେ ପାଳନ କରିବାକୁ ଚାହୁଁଛନ୍ତି। ସେହିପରି ଏହି ପ୍ରସ୍ତାବ ବିରୋଧରେ ବିଜେପିର ବିଧାୟକ ଭୋଟ୍ ଦେଇଛନ୍ତି। ଏକମାତ୍ର ଆଇଏସ୍ଏଫ୍ ବିଧାୟକ ମତଦାନରେ ଅଂଶଗ୍ରହଣ କରିନଥିଲେ।

Leave A Reply

Your email address will not be published.