Latest Odisha News

BREAKING NEWS

ଅହମ୍ମଦାବାଦରେ ପଂହଚିଲା ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ

ଅହମ୍ମଦାବାଦ: ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ଭାରତ ବିପକ୍ଷ ସିରିଜ ଖେଳିବା ପାଇଁ ବୁଧବାର ଅହମ୍ମଦାବାଦରେ ପଂହଚିଛି । ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବ । ପ୍ରଥମ ମୁକାବିଲା ପୂର୍ବରୁ ଟିମ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଏଠାରେ ଅଭ୍ୟାସ କରିବେ । ଦିନିକିଆ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଭାରତରେ ପଂହଚିବା ପରେ ୱେଷ୍ଟଇଣ୍ଡିଜ ଟିମ ଟୁଇଟରରେ ଏହି ଖବର ଶେୟାର କରିଥିଲା । ୩ଟି ଯାକ ଦିନିକିଆ ଯଥାକ୍ରମେ ଫେବୃୟାରୀ ୬, ୯ ଏବଂ ୧୧ରେ ଖେଳାଯିବ । ସମସ୍ତ ମ୍ୟାଚ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ।

ଏହା ପରେ ଫେବୃୟାରୀ ୧୬ରୁ ଟି୨୦ ସିରିଜ ଖେଳାଯିବ । ୧୮ ଏବଂ ୨୦ରେ ବାକି ୨ଟି ମ୍ୟାଚ ଆୟୋଜିତ ହେବ । ଟି୨୦ ମ୍ୟାଚଗୁଡିକ ଦର୍ଶକ ଷ୍ଟାଡିୟମରେ ଉପଭୋଗ କରିପାରିବେ । ସୂଚନାଯୋଗ୍ୟ, ୧୯ ବର୍ଷ ହେବ ଘରୋଇ ପରିବେଶରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ କୌଣସି ଦିନିକିଆ ସିରିଜ ହାରି ନାହିଁ ।

Comments are closed, but trackbacks and pingbacks are open.