ନୂଆଦିଲ୍ଲୀ: ବ୍ୟୁଟି ପାର୍ଲର ଗୁଡିକରେ ଅନେକ ପ୍ରକାରର କସମେଟିକ୍ ବ୍ୟବହାର କରାଯାଇଥାଏ। ଯାହାଫଳରେ ଜଣେ ବ୍ୟକ୍ତିଙ୍କର ସୁନ୍ଦରତାକୁ ବୃଦ୍ଧି କରାଯାଇଥାଏ। ଏହାବ୍ୟତୀତ ବ୍ୟୁଟି ପାର୍ଲରରେ ସ୍ପା ଏବଂ ମସାଜ ଭଳି ସେବା ମଧ୍ୟ ପ୍ରଦାନ କରାଯାଇଥାଏ। ତେବେ ବ୍ୟୁଟି ପାର୍ଲରରେ ଏହି ସୁବିଧା ସୁଯୋଗ ଷ୍ଟ୍ରୋକ କାରଣ ମଧ୍ଯ ସାଜି ପାରେ।
ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ୍ (ବିପିଏସଏସ) ଯୋଗୁଁ ଏମରଜେନ୍ସିରେ ଚିକିତ୍ସାର ଆବଶ୍ୟକ ପଡିପାରେ। କାରଣ ସେଲୁନରେ କେଶ ଧୋଇବା ସମୟରେ ହେଉଥିବା ଚାପ ଯୋଗୁଁ ବେକର ସ୍ନାୟୁଗୁଡ଼ିକ ବେଳେବେଳେ ସଙ୍କୁଚିତ ହୋଇଯାଏ। ଯାହାଫଳରେ ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ସମସ୍ୟା ସୃଷ୍ଟି ହୁଏ ଓ ଏହା ବ୍ରେନ ଷ୍ଟ୍ରୋକର କାରଣ ମଧ୍ଯ ହୋଇପାରେ। ତେବେ ଏହା ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ହୋଇପାରେ।
ନିକଟରେ ହାଇଦ୍ରାବାଦରେ ଏପରି ଏକ ଘଟଣା ଘଟିଛି ଯେଉଁଠାରେ ଜଣେ ୫୦ ବର୍ଷୀୟ ମହିଳା ବ୍ୟୁଟି ପାର୍ଲରରେ କେଶ ଧୋଇବା ସମୟରେ ଷ୍ଟ୍ରୋକର ଶିକାର ହୋଇଥିଲେ। ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବାନୁଯାୟୀ ମହିଳା ଜଣକ ସେଲୁନରେ ମସାଜ୍ କରୁଥିବା ସମୟରେ ତାଙ୍କ ମସ୍ତିଷ୍କର ସ୍ନାୟୁଗୁଡ଼ିକ ଦାବି ହୋଇଯାଇଥିଲା। ଫଳରେ ମସ୍ତିଷ୍କକୁ ବ୍ଲଡ ସପ୍ଲାଇ ହୋଇନପାରିବାରୁ ତାଙ୍କୁ ଷ୍ଟ୍ରୋକ ହୋଇଥିଲା। ବ୍ୟୁଟି ପାର୍ଲର ଷ୍ଟ୍ରୋକ୍ ସିଣ୍ଡ୍ରୋମ୍ ଅର୍ଥାତ ବେକରେ ଥିବା ଭର୍ଟିବ୍ରଲ ଧମନୀରେ କ୍ଷତି କିମ୍ବା ଅବରୋଧ ହେତୁ ହୋଇଥାଏ।
ତେବେ ପାର୍ଲରରେ କେଶ ଧୋଇବା ସମୟରେ ଯଦି ବେକ ଏବଂ ମୁଣ୍ଡ ଠିକ୍ ଭାବରେ ବେସିନରେ ସେଟ୍ ନରହେ ତାହେଲେ ବିପିଏସଏସ ସମସ୍ୟା ଦେଖାଯାଏ। ସେଲୁନରେ ଯେତେବେଳେ ପଛଭାଗର କେଶ ଧୁଆଯାଏ ସେତେବେଳେ ମୁଣ୍ଡକୁ ପଛକୁ କରି ବେକକୁ ଏକ ନିର୍ଦ୍ଦିଷ୍ଟ ଆଙ୍ଗଲରେ ରଖି ବେସିନରେ କେଶ ଧୁଆ ଯାଇଥାଏ। ଯାହା ଫଳରେ ମସ୍ତିଷ୍କକୁ ରକ୍ତ ଯୋଗାଣ କରୁଥିବା ଧମନୀଗୁଡ଼ିକ ସଙ୍କୁଚିତ ହୋଇଯାଇଥାଏ। ଯାହା ଷ୍ଟ୍ରୋକର କାରଣ ମଧ୍ଯ ହୋଇଥାଏ।
Comments are closed.