Latest Odisha News

BREAKING NEWS

ରୋହିତ ସ୍ପଷ୍ଟ କଲେ, ଟି୨୦ ବିଶ୍ୱକପ ପାଇଁ ଟିମ ରଣନୀତି ପ୍ରସ୍ତୁତ ହୋଇନି

ବାଙ୍ଗାଲୋର: ଆଫଗାନିସ୍ତାନ ବିପକ୍ଷରେ ଭାରତ ୩ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ କ୍ଲିନ ସୁଇପ କରିଛି । ୨ଟି ମ୍ୟାଚରେ ଶୂନରେ ଆଉଟ ହେବା ପରେ ରୋହିତ ବିସ୍ଫୋରକ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ଏହି ଅବସରରେ ରୋହିତ ଆଗାମୀ ଟି୨୦ ବିଶ୍ୱକପ ପାଇଁ ଦଳ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଏବେଠାରୁ ଆମେ ଟି୨୦ ବିଶ୍ୱକପ ପାଇଁ କିପରି ଦଳ ଚୟନ କରାଯିବ ସେ ନେଇ କୌଣସି ରଣନୀତି ପ୍ରସ୍ତୁତ କରି ନାହୁଁ । ୱେଷ୍ଟଇଣ୍ଡିଜ ଓ ଆମେରିକାର ପିଚକୁ ଅନୁଧ୍ୟାନ କରିବା ପରେ ସେହି ଅନୁସାରେ ଖେଳାଳି ଚୟନ କରାଯିବ । ତେବେ ୮ରୁ୧୦ ଖେଳାଳି ପ୍ରାୟତଃ ସ୍ଥିର ହୋଇ ସାରିଛନ୍ତି । କୋଚ ରାହୁଲ ଡ୍ରାଭିଡ ମଧ୍ୟ ଏ ସମ୍ପର୍କରେ କିଛି ସୂଚନା ଦେବା ପାଇଁ ମନା କରିଥିଲେ ।

ସମସ୍ତ ଖେଳାଳିଙ୍କୁ ଖୁସି କରିବା ସମ୍ଭବପର ନୁହେଁ । ମ୍ୟାଚ ବେଳେ ଗୋଟିଏ ଟିମରେ ୧୧ଜଣ ଖେଳାଳି ଖେଳିବେ । ଏହାର ମାନେ ଅନ୍ୟମାନେ ଅସନ୍ତୁଷ୍ଟ ରହିବେ । ତେବେ ଅଧିନାୟକ ଭାବେ ଖେଳାଳିମାନଙ୍କ ମାନସିକ ସ୍ଥିତି ବୁଝିବାକୁ ପଡିବ । ଟିମ ରଣନୀତି ସ୍ପଷ୍ଟ ଭାବେ ବୁଝାଇଲେ ସେମାନେ କାହିଁକି ସାମିଲ ତାହା ବୁଝି ପାରିବେ । ଏଥର ବିଶ୍ୱକପରେ ଏକ ଶକ୍ତିଶାଳୀ ଦଳ ଚୟନ ଆମର ଲକ୍ଷ୍ୟ ବୋଲି ରୋହିତ କହିଛନ୍ତି ।

Leave A Reply

Your email address will not be published.