Latest Odisha News

BREAKING NEWS

ଆହତ ସୈନିକଙ୍କୁ ଉଦ୍ଧାର କରିବା ପାଇଁ ରୁଷ ପ୍ରସ୍ତୁତ କଲା ରୋବୋଟ ଆମ୍ବୁଲାନ୍ସ

ମସ୍କୋ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷର ଅନେକ ସୈନିକ ଗୁରୁତର ଆହତ ହେଉଥିଲେ ମଧ୍ୟ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବ ସମ୍ଭବପର ହେଉ ନ ଥିଲା । ଏବେ ଏଥିପାଇଁ ଏକ ସ୍ୱତନ୍ତ୍ର ରୋବଟ ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଛି । ଏହାର ପଛରେ ଏକ ସ୍ଲାଇଡର ଲାଗିଛି । ସୈନିକ ଏହା ଉପରେ ଶୋଇଲେ ରୋବୋଟ ଅତି କମରେ ୨.୫ କିଲୋମିଟର ପର୍ଯ୍ୟନ୍ତ ଏହାକୁ ନେଇପାରିବ । ଏଥିରେ ଡ୍ରୋନକପ୍ଟର ଓ ସିଗ୍ନାଲ ରିପିଟର ବ୍ୟବହାର କରାଯାଇ ୧୦କିମି ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ପାରିବ । ୧୫୦ କିଲୋଗ୍ରାମ ପର୍ଯ୍ୟନ୍ତ ଭାର ଏହା ଉଠାଇ ପାରିବ । ସୁରକ୍ଷା ନିମନ୍ତେ ଏଥିରେ ଅନେକ ପ୍ରକାରର ବ୍ୟବସ୍ଥା କରାଯାଇଛି ।

ଏହି ରୋବୋଟର ଲମ୍ବ ୨୦୦ କିଲୋଗ୍ରାମ ଏବଂ ଚାର୍ଜ କରାଯିବା ପରେ ୫ ଘଂଟା ପର୍ଯ୍ୟନ୍ତ ଏହା କାର୍ଯ୍ୟ କରିପାରିବ । ଉଚ୍ଚତମ ସ୍ଥାନରୁ ଆରମ୍ଭ କରି ଅସମତଳ ରାସ୍ତାରେ ମଧ୍ୟ ଏହା ସୈନିକଙ୍କୁ ଆଣିପାରିବ । ଏହାର ଏକ ଅପରେଟିଂ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାର କାରଣ ସାଜିଛି । ରୁଷର ଜଣେ ଯୁବ ଇଞ୍ଜିନିୟରଙ୍କ ସହାୟତାରେ ଏହାକୁ ପ୍ରସ୍ତୁତ କରାଯାଇଛି ।

Leave A Reply

Your email address will not be published.